Tuesday, August 26, 2025
spot_imgspot_img
Homeତାଜା ଖବରଆଜି ବିଶ୍ବ ପରିବେଶ ଦିବସ

ଆଜି ବିଶ୍ବ ପରିବେଶ ଦିବସ

ଆଜି ହେଉଛି ବିଶ୍ବ ପରିବେଶ ଦିବସ।  ନିଜକୁ ସୁସ୍ଥ ସବଳ ରଖିବା ପାଇଁ ଏକ ପ୍ରଦୂଷଣମୁକ୍ତ ସବୁଜ ପରିବେଶ ଏକାନ୍ତ କାମ୍ୟ। ତେବେ ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଆମର ଆଧୁନିକ ଜୀବନଚର୍ଯ୍ୟା ଯୋଗୁଁ ପରିବେଶ ବିଭିନ୍ନ ବାଟରେ ପ୍ରଦୂଷିତ ହୋଇଚାଲିଛି ଏବଂ ଆମକୁ ନାନା ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ପରିବେଶର ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ପରିବେଶ ଯୋଜନା (ୟୁଏନ୍‌ଇପି) ପ୍ରୋତ୍ସାହନରେ ୧୯୭୩ ମସିହାରୁ ଜୁନ୍‌ ୫ ତାରିଖକୁ ‘ବିଶ୍ବ ପରିବେଶ ଦିବସ’ ଭାବରେ ପାଳନ କରାଯାଇ ଆସୁଛି। ଉଦ୍ଦେଶ୍ୟ ହେଉଛି ନିଜେ ଉନ୍ନତ ପରିବେଶରେ ଜୀବନ ବିତାଇବା ସହ ଭବିଷ୍ୟତ ପିଢ଼ି ପାଇଁ ପରିବେଶକୁ ସୁରକ୍ଷିତ ରଖିବା। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ପରାସ୍ତ କରିବା’।

ଉଲ୍ଲେଖଯୋଗ୍ୟ, ଆମ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍‌ ଏକ ଅପରିହାର୍ଯ୍ୟ ବସ୍ତୁ ପାଲଟିଛି। ଏହାର ବହୁଳ ବ୍ୟବହାର ଯୋଗୁଁ ପରିବେଶ ପ୍ଲାଷ୍ଟିକମୟ ହୋଇଯାଇଥିବା ବେଳେ ଏହା ଜୈବବିଘଟନଶୀଳ ହୋଇନଥିବାରୁ ତାହା ପରିବେଶ ପ୍ରଦୂଷଣର ପ୍ରମୁଖ ଉପାଦାନ ପାଲଟିଛି। ଏଥିଯୋଗୁଁ ମାଟିର ଉର୍ବରତା କମି ଆସି ବୃକ୍ଷରାଜି ପାଇଁ ଘାତକ ସାବ୍ୟସ୍ତ ହେବା ସହ ବିଭିନ୍ନ ସ୍ଥଳଚର ଓ ଜଳଚର ପ୍ରାଣୀସମ୍ପଦ ପାଇଁ ମଧ୍ୟ ଅନୁରୂପ ସଂକଟ ଆଣିଛି। ଫଳରେ ଜୈବ ସନ୍ତୁଳନରେ ବିଭ୍ରାଟ ଘଟି ଜୀବଜଗତ ପ୍ରତି ବିପଦ ଦେଖାଦେଇଛି। ତେଣୁ ଏହି ଦିବସ ପାଳନ ଅବସରରେ ପ୍ଲାଷ୍ଟିକ ବ୍ୟବହାରକୁ ଯଥାସମ୍ଭବ କମାଇବା ଲାଗି ଆହ୍ବାନ ଦିଆଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments