ଆଜି ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ।ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହେବ ହାଇଭୋଲଟେଜ ମ୍ୟାଚ । ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ୍ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ବୁଧବାରଠାରୁ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଭାରତୀୟ ଦଳ ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ମ୍ୟାଚ୍ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବିସିସିଆଇ ଟ୍ୱିଟର ମାଧ୍ୟମରେ ପ୍ରଶଂସକଙ୍କୁ ଭାରତୀୟ ଖେଳାଳିଙ୍କ ପ୍ରସ୍ତୁତି ଦେଖାଇଛି।ଏଭଳି ଗୁରୁତ୍ବପୂର୍ଣ୍ଣ ମୁକାବିଲା ପୂର୍ବରୁ ଜୋଶ୍ ହେଜେଲଉଡ୍ ଦଳରୁ ବାଦ୍ ପଡିବା ଅଷ୍ଟ୍ରେଲିଆକୁ ବଡ ଝଟକା ଦେଇଛି । ତାଙ୍କ ସ୍ଥାନରେ ଦଳରେ ମାଇକେଲ୍ ନେସରଙ୍କୁ ସାମିଲ କରାଯାଇଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦୃଢ଼ ମନୋବଳ ସହ ପଡିଆକୁ ଓହ୍ଲାଇବ । ଦୁଇ ଜଣ ସ୍ପିନରଙ୍କୁ ନେଇ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ସାମ୍ନା କରିବେ ବୋଲି ରୋହିତ ଶର୍ମା କହିଛନ୍ତି । ଅଭ୍ୟାସ ଶିବିର ଉପରେ ନଜର ପକାଇଲେ ଇଶାନ କିଷାନ ଏବଂ ଜୟଦେବ ଫାଇନାଲ ଏକାଦଶରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି ।
କହିରଖୁଛୁ ଯେ, WTC ଲିଗ୍ ଟେବୁଲରେ ଅଷ୍ଟ୍ରେଲିୟ ଦଳ ଶୀର୍ଷ ସ୍ଥାନରେ ଥିଲା । ଅଷ୍ଟ୍ରେଲିଆର ୧୫୨ ପଏଣ୍ଟ ରହିଛି । ଏଥିସହିତ ଭାରତୀୟ ଦଳ ୧୨୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଯେଉଁଠାରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଥର ପାଇଁ WTC ଫାଇନାଲରେ ପହଞ୍ଚିଛି। ଏଥି ସହିତ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଡବ୍ଲୁଟିସିର ଉଦଘାଟନୀ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ହାତରେ ଟିମ୍ ଇଣ୍ଡିଆ ୮ ୱିକେଟ୍ ପରାଜୟର ସମ୍ମୁଖୀନ ହୋଇଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ WTC ଫାଇନାଲ ୩:୦୦ ରେ ଆରମ୍ଭ ହେବ । ପ୍ରଥମ ଦିନରେ ଅଧା ଘଣ୍ଟା ପୂର୍ବରୁ ମ୍ୟାଚର ଟସ୍ ଖେଳାଯିବ । ଫାଇନାଲ ଜୁନ୍ ୧୧ ତାରିଖ ପର୍ୟ୍ୟନ୍ତ ଚାଲିବ । ୧୨ ତାରିଖକୁ ରିଜର୍ଭ ଡେ ରଖାଯାଇଛି ।
ଭାରତ ଦ ଓଭାଲ୍ରେ ୧୪ ଟେଷ୍ଟ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ଦୁଇଟି ଜିତିଥିବା ବେଳେ ୩ ପରାଜୟ ଓ ୭ ମ୍ୟାଚ୍ ଅମୀମାଂସିତ ରଖିଛି। ଶେଷ ଥର ପାଇଁ ୨୦୨୧ରେ ଭାରତ ଏଠାରେ ଇଂଲଣ୍ଡକୁ ୧୫୭ ରନ୍ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏଠାରେ ୩୪ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ୭ ବିଜୟ, ୧୭ ପରାଜୟ ଓ ୧୪ ମ୍ୟାଚ୍ ଅମୀମାଂସିତ ରଖିଛି। ଶେଷଥର ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ଦ ଓଭାଲ୍ରେ ଖେଳିଥିଲା। କିନ୍ତୁ ଘରୋଇ ଦଳଠୁ ୧୩୭ ରନ୍ରେ କଙ୍ଗାରୁ ଦଳ ପରାଜିତ ହୋଇଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଡଞଉ ଫାଇନାଲ୍ ୨୦୨୩ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ ହେବ । ତେବେ ଏହାକୁ ଡିଜନି ପ୍ଲସ୍ ହଟଷ୍ଟାର୍ ଆପ୍ ରେ ଅନଲାଇନ୍ ଷ୍ଟ୍ରିମିଂ ଦେଖିପାରିବେ ।
