Tuesday, August 26, 2025
spot_imgspot_img
Homeତାଜା ଖବରଆରବସାଗରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ବିପର୍ଯ୍ୟୟ

ଆରବସାଗରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ବିପର୍ଯ୍ୟୟ

ଆରବ ସାଗରରେ ସୃଷ୍ଟ ବାତ୍ୟା ସାମୁଦ୍ରିକ ଝଡ ବିପର୍ଯ୍ୟୟରେ ପରିଣତ ହୋଇ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୬ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଦିଗରେ ଗତି କରିବ ବିପର୍ଯ୍ୟୟ । ସମୁଦ୍ରରୁ ଅଧିକ ବଳ ଗୋଟାଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ହେବ ଅତି ଭୀଷଣ ବାତ୍ୟା । ଏବେ ଗୋଆ ଉପକୂଳରୁ ୬୦୦ କିଲୋମିଟର ପଶ୍ଚିମ ଦକ୍ଷିଣ ପଶ୍ଚିମ, ମୁମ୍ବାଇ ଉପକୂଳରୁ ୧୦୨୦ କିଲୋମିଟର ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ବାତ୍ୟା ବିପର୍ୟ୍ୟୟ । ତେବେ ଏହା ପାକିସ୍ତାନରେ ଲ୍ୟାଣ୍ଡ୍ଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜିଠାରୁ ପୂର୍ବକେନ୍ଦ୍ରୀୟ ଆରବ ସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ଆରବ ସାଗରରେ ପବନର ବେଗ ରହିବ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ଓ ବଢ଼ି ଶହେ କିଲୋମିଟର ଛୁଇଁପାରେ । ସନ୍ଧ୍ୟା ସୁଦ୍ଧା ପବନର ବେଗ ୧୦୫-୧୨୫ କିଲୋମିଟର ରହିପାରେ । ଅତି ଭୀଷଣ ବାତ୍ୟା ପରେ ପବନର ସର୍ବାଧିକ ବେଗ ୧୪୫ରୁ ୧୫୫ ଓ ଏହା ବଢ଼ି ୧୭୦ କିଲୋମିଟର ବି ଛୁଇଁବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ୧୧ ତାରିଖ ଯାଏ ଆରବ ସାଗରକୁ ଯିବାକୁ ବାରଣ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments