Tuesday, August 26, 2025
spot_imgspot_img
Homeତାଜା ଖବରଆରବ ସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଆରବ ସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏପର୍ଯ୍ୟନ୍ତ କେରଳରେ ପହଞ୍ଚି ନ ଥିବାବେଳେ ଏହାକୁ ଅଧିକ ବିଳମ୍ବିତ କରିପାରେ ଆରବ ସାଗରରେ ଦାନା ବାନ୍ଧୁଥିବା ଲଘୁଚାପ। ଘୂର୍ଣ୍ଣିବଳୟ ପ୍ରଭାବରେ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ସମ୍ଭାବ୍ୟ ଲଘୁଚାପ ଉତ୍ତର ଦିଗରେ ଗତି କରିବା ସହ ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ପୂର୍ବ ଆରବ ସାଗର ଉପରେ ଏକ ଅବପାତରେ ପରିଣତ ହୋଇପାରେ।

ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି, ପରବର୍ତ୍ତୀ ତୀବ୍ରତା କ’ଣ ରହିବ ତାହା ଉପରେ ପାଣିପାଗ ବିଭାଗ ପକ୍ଷରୁ ନଜର ରଖାଯାଇଛି। ସମ୍ଭାବ୍ୟ ଲଘୁଚାପ ଉତ୍ତର ଆଡକୁ ଗତି କରିବାର ସମ୍ଭାବନା ରହିଛି। ଫଳରେ କେରଳରେ ମୌସୁମୀ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି। ଭାରତୀୟ ପାଣିପାଗ ବିଭାଗ ଏହି ସମସ୍ତ ବୈଶିଷ୍ଟ୍ୟଗୁଡ଼ିକ ଉପରେ ନଜର ରଖିଛି। ଉଭୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବଂ ସମ୍ଭାବ୍ୟ ଲଘୁଚାପ ଉପରେ ନଜର ରଖାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments