ଭାରତୀୟ କ୍ରିକେଟ ଟିମ ପାଇଁ ଖୁସି ଖବର । ଚଳିତ ବର୍ଷ ଅଗଷ୍ଟରେ ଇଣ୍ଡିଆ ଟୁର ଅଫ ଆୟର୍ଲାଣ୍ଡ କୁ ଟି-୨୦ ସିଜିନ ଖେଳିବାକୁ ଯିବେ ଭାରତୀୟ କ୍ରିକେଟର । ଆୟର୍ଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷର ଏହି ସିଜିଜ୍ ୧୮ରୁ ୨୦ ଯାଏ ଖେଳାଯିବ । ବିଶ୍ୱକପ ଏବଂ ଏସଆ କପରେ ଖେଳାଳି ମାନେ ବ୍ୟାସ୍ତ ଥିବାରୁ ଏହି ତାଲିକାରେ ନୂତନ ଖେଳାଳୀଙ୍କୁ ସ୍ଥାନ ଦିଆ ଯାଇଛି । ଯେଉଁଠାରେ ରିଙ୍କୁ ସିଂ, ଅର୍ଜୁନ ତେନ୍ଦୁଲକର, ବିରେନ୍ଦ୍ର ସେହେୱାଗଙ୍କ ଭଣଜା ସମେତ ଅନେକ ଖେଳାଳି ଡେବ୍ୟୁ କରିବେ ।ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା କିଛି ଯୁବ ଖେଳାଳିଙ୍କୁ ଅଗଷ୍ଟରେ ଅନୁଷ୍ଠିତ ହେଉଥିବ ଆୟର୍ଲାଣ୍ଡ ଟି-୨୦ ମ୍ୟାଚରେ ଖେଳାଳିବାକୁ ସୁଯୋଗ ମିଳିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନ ସିପ ପାଇଁ ଅନେକ ଖେଳାଳି ବ୍ୟସ୍ତ ଅଛନ୍ତି ବୋଲି ଏହି ମ୍ୟାଚର ଅଧିନାୟକ ହେବେ ହାର୍ଦ୍ଧିକ ପାଣ୍ଡ୍ୟା । କେବେ ଆସନ୍ତୁ ଜାଣିବା ଏହି ତାଲିକାରେ କିଏ କିଏ ଅଛନ୍ତି ।ଏହି ତାଲିକାରେ କୋଲକାତା ନାଇାଟ ରାଇଡର୍ସର ଷ୍ଟାର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ମଧ୍ୟ ସୁଯୋଗ ମିଳିଛି । ଚଳିତ ଆଇପିଏଲରେ ସେ ଗୋଟିଏ ଓଭରରେ ୫ଟିକ୍କା ମାରି ଲୋକଙ୍କୁ ତାଙ୍କ କେଳରେ ଆକୃଷ୍ଟ କରିଥିଲେ । ତାଙ୍କ ଦମଦାର ବ୍ୟାଟିଙ୍ଗ ପାଇଁ ତାଙ୍କୁ ଖୁବ ପ୍ରସଂଶା କରିଛନ୍ତି ।ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଚେନ୍ଦୁଲକର । ସେ ଚଳିତ ବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ(MI )ପାଇଁ ଡେବ୍ୟୁ କରିଥିଲେ । ଅର୍ଜୁନ ତେନ୍ଦୁଲ କରଙ୍କୁ ମୁମ୍ବାଇ ଇଣ୍ଟିଆ ଟିମରେ ରୋହିତ ଶର୍ମା ବୋଲିଙ୍ଗର ସୁଯୋଗ ଦୋଇଥିଲେ । ଅର୍ଜୁନ ଦଳରେ ଖେଳି ୩ଟି ୱିକେଟ ନେଇଥିଲେ । ଗୋଟିଏ ମ୍ୟାଚରେ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏହାପରେ ତାଙ୍କ ଫ୍ୟାନ ମାନେ ତାଙ୍କୁ ଟିମ ଇଣ୍ଡିଆରେ ଦେଖିବାକୁ ଦାବି କରୁଛନ୍ତି । ସୂଚନା ଅନୁସାରେ ତାଙ୍କୁ ଚଳିତ ବର୍ଷ ଟିମ ଇଣ୍ଡିଆରେ ଦେଖିବାକୁ ମିଳିବ ।
ଏହିତାଲିକାରେ ଅନ୍ୟ ଏକ ଖେଳାଳୀଙ୍କ ନା ସାମ୍ନାକୁ ଆସିଛି ସେ ହେଉଛନ୍ତି ଇଣ୍ଡିଆର ବିସ୍ଫୋରକ ଓପନର ବିରେନ୍ଦ୍ର ସେହୱାଗଙ୍କ ଭଣଜା ମାୟାନକ ଦାଗଲ । ଚଳିତ ବର୍ଷ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ(SRH) ପକ୍ଷରୁ ପ୍ରଥମ ମ୍ୟାଚ ଖେଳିଥିଲେ । ତାଙ୍କୁ ଚାରେଟି ମ୍ୟାଚ ଖେଳିଛନ୍ତି । ସେ ଅଣ୍ଡର-୧୯ ବିଶ୍ୱକପରେ ଖେଳିଛନ୍ତି ।
ଆୟର୍ଲାଣ୍ଡ ବିପକ୍ଷରେ ଟି -୨୦ ସିଜିନରେ ଖେଳାଳିଙ୍କ ତାଲିକା ଶୁଭମାନ ଗିଲ, ପ୍ରୀତି ଖାଁ, ଇଶାନ କିଶନ, ସୂର୍ୟ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (C), ସଞ୍ଜୁ ସାମସନ, ମାୟାନକ ଦାଗର, ରିଙ୍କୁ ସିଂ, ବିଜୟ ଶଙ୍କର, ଆବେଶ ଖାନ, ଅର୍ଜୁନ ତେନ୍ଦୁଲକର, ଅର୍ଶଦୀପ ସିଂ, ଉମ୍ରାନ ମଲିକ, ମୋହିତ ଶର୍ମା, କୁଲଦୀପ ଯାଦବ।
