Tuesday, August 26, 2025
spot_imgspot_img
Homeତାଜା ଖବରଓଜେଇଇ ରେଜଲ୍ଟ ପ୍ରକାଶିତ: ଘୋଷିତ ହେଲା ୨୩ଟି ବିଭାଗର ଟପ୍ପରଙ୍କ ନାମ

ଓଜେଇଇ ରେଜଲ୍ଟ ପ୍ରକାଶିତ: ଘୋଷିତ ହେଲା ୨୩ଟି ବିଭାଗର ଟପ୍ପରଙ୍କ ନାମ

ଚଳିତ ବର୍ଷର ଓଜେଇଇ ରେଜଲ୍ଟ ପ୍ରକାଶ ପାଇଛି । ସମୁଦାୟ ୪୮ ହଜାର ୮୧୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮ ହଜାର ୭୮୩ ଜଣ ରାଙ୍କ ପାଇଛନ୍ତି । ତେବେ ବର୍ତ୍ତମାନ ୨୩ଟି ବିଭାଗର ଟପ୍ପରଙ୍କ ନାମ ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ବି-ଫାର୍ମାରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି । ଏମବିଏରେ ସତ୍ୟଜିତ ସାହୁ, ଏମସିଏରେ ଅପୂର୍ବ ନାୟକ ଟପ୍ପର ହୋଇଛନ୍ତି । ସିଭିଲ ଇଞ୍ଜିନିୟରିଂରେ ସୁବାଷ ପୃଷ୍ଟି, ଇଲେକ୍ଟ୍ରିକାଲରେ ସତ୍ୟଜିତ୍ ମହାନ୍ତି । ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା ଟପ୍ପର ହୋଇଛନ୍ତି । ମେକାନିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର ଟପ୍ପର ହୋଇଛନ୍ତି ।

ସେହିପରି ଫାର୍ମରେ ରଶ୍ମିରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି । ସେଥିସହ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ । ଏହି ସ୍ପେଶାଲ ଓଜେଇଇ ଜୁନ୍ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments