ମା ତାରାତାରିଣୀଙ୍କ ପୀଠରେ ଦୁଇ ଦିନ ଧରି ବଢେଇ ଭାଇ ମାନଙ୍କୁ ନେଇ ଦକ୍ଷିଣ ଓଡ଼ିଶା ବିଶ୍ଵକର୍ମା ସମାଜ ସଙ୍ଗଠନ ପକ୍ଷରୁ ମହାସଭା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ୩୪ ତାଲୁକାର ରାଜଶ୍ରୀ ଓ କୂଳ ମୁଖ୍ୟାଙ୍କ ତତ୍ତ୍ଵାବଧାନରେ ସଙ୍ଗଠନ କୁ ମଜବୁତ କରିବା ପାଇଁ କର୍ମକର୍ତ୍ତା ଚୟନ ପ୍ରକିୟା ପରିଚାଳନା କରିଥିଲେ। ଏହି ଚୟନ ପ୍ରକିୟା ରେ ନବନିର୍ବାଚିତ ସଭାପତି ରୂପେ ଶ୍ରୀ ସନ୍ତୋଷ କୁମାର ମହାରଣା ଙ୍କୁ ଚୟନ କରିଥିବା ସମେତ ଶ୍ରୀ ସିମାଞ୍ଚଳ ମହାରଣା, ଶ୍ରୀ ଅଭିମନ୍ୟୁ ମହାରଣା କାର୍ଯ୍ୟକାରୀ ସଭାପତିଶ୍ରୀ ହାଡୁ ବନ୍ଧୁ ମହାରଣା ସମ୍ପାଦକ ଶ୍ରୀ ଅଶୋକ ମହାରଣା ସାଧାରଣ ସମ୍ପାଦକ ଶ୍ରୀ ବାଇନାଥ ମହାରଣା କୋଷାଧ୍ୟକ୍ଷ ଙ୍କ ସମେତ ପାଞ୍ଚଜଣ ଉପସଭାପତି, ପାଞ୍ଚଜଣ ଯୁଗ୍ମ ସମ୍ପାଦକ ଏବଂ ଉପଦେଷ୍ଟା ମଣ୍ଡଳୀ ରୂପେ ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଦକ୍ଷିଣ ଓଡ଼ିଶା ର ବିଶ୍ଵକର୍ମା ଭାଇ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ଏବଂ ନୂତନ କର୍ମକର୍ତ୍ତା କୁ ସହଯୋଗ ସହ ମତି ପ୍ରକାଶ କରି ଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ବ ଖଣ୍ଡ ତାଲୁକାର ସଭାପତି ଶ୍ରୀ ରମେଶ ଚନ୍ଦ୍ର ମହାରଣା ଏବଂ ସହକର୍ମୀ ଙ୍କ ସହଯୋଗ ରେ ଶୃଙ୍ଖଳା ସହ କାର୍ଯ୍ୟ ସମ୍ପାଦନ ସଫଳ ହୋଇଥିଲା
