ନିଶା କାରବାର ବିରୋଧରେ କମିଶନରେଟ ପୋଲିସର ଜିରୋ ଟଲରାନ୍ସ । ରାଜଧାନୀରେ ରହିପାରିବେନି ନିଶା ବେପାରୀ । ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର । ଏନେଇ କମିଶନରେଟ ପୋଲିସ ପୁଣିଥରେ ଜୋରଦାର ଆରମ୍ଭ କରିଛି ଅପରେସନ ହ୍ୱାଇଟ ସ୍ପାଇଡର । ଯାହା ଏବେ ନିଶା ବେପାରୀଙ୍କ ନିଦ ହଜାଇ ଦେଇଛି । ପ୍ରଥମଥର ପାଇଁ ଜଣେ ନିଶା ବେପାରୀଙ୍କୁ ରାଜଧାନୀରୁ ତଡିପାର କରିଛି ପୋଲିସ । ପୂର୍ବରୁ ପେଶାଦାର ଅପରାଧୀଙ୍କୁ ଭୁବନେଶ୍ୱରରୁ ତଡିପାର କରାଯାଉଥିଲା । କିନ୍ତୁ ପ୍ରଥମଥର ପାଇଁ ଜଣେ ନିଶା ବେପାରୀ ତଡିପାର ହୋଇଛନ୍ତି । ତେବେ White Spider ଅପରେସନକୁ ବ୍ୟାପକ କରୁଛି ପୋଲିସ । ବ୍ରାଉନସୁଗର ଓ ଗଞ୍ଜେଇ କାରବାର ଉପରେ ନଜର ରଖିଛି ଟିମ । ନିଶା ବେପାରୀ ଚକ୍ରଧର ସାହୁକୁ ତଡିପାର କରିଛି ପୋଲିସ । ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନାରେ ଅଭିଯୁକ୍ତ ବିରୋଧରେ ୩ ଟି କେସ ରହିଛି । ଗତ ୧ ମାସରେ ବ୍ରାଉନସୁଗର ବେପାର ଚଳାଇଥିବା ୧୨ ଜଣଙ୍କୁ ଗିରଫ କରାଯାଇଛି। ୧ ମାସ ଭିତରେ ୨୧ ଜଣଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି। ୭୦୭୭୭୯୮୧୧୧ ନମ୍ବର କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି। ନିଶା ସମ୍ପର୍କିତ ଖବର ଏହି ନମ୍ବରରେ ଜଣାଇବା ପାଇଁ ଡିସିପି ଅପିଲ କରିଛନ୍ତି ।
