Tuesday, August 26, 2025
spot_imgspot_img
Homeତାଜା ଖବରକିଏ ହେବ ’ଡନ୍-୩’ର ଡନ୍‌ ? ଚିନ୍ତାରେ ନିର୍ମାତା

କିଏ ହେବ ’ଡନ୍-୩’ର ଡନ୍‌ ? ଚିନ୍ତାରେ ନିର୍ମାତା

ନିର୍ଦେଶକ ଫରହାନ ଅଖତର ତାଙ୍କର ନୂଆ ସିନେମା ’ଡନ୍-୩’ର କାମ ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି। ଏଥିରେ ପୁଣି ଥରେ ଶାହରୁଖ ଖାନଙ୍କୁ ନେବାକୁ ଇଚ୍ଛା ଜାହିର କରିଥିଲେହେଁ ସେ ‘ଡନ୍-୩’ରେ କାମ କରିବାକୁ ମନା କରିଥିଲେ। ‌ସେ ନିଜକୁ ଫିଲ୍ମରୁ ଦୂରେଇବା ପରେ ଅଭିନେତା-ନିର୍ଦେଶକ ଫରହାନ ଅଖତର ଏବେ ‘ଡନ୍-୩’ ପାଇଁ ନୂଆ ନାୟକ ଖୋଜିବା ଆରମ୍ଭ କରିଥିଲେ। ତେବେ ଶାହରୁଖ ମନା କରିବା ପରେ ଫରହାନ ‘ଡନ୍-୩’ ପାଇଁ ରଣବୀର ସିଂହଙ୍କୁ ବାଛିଥିଲେ । ହେଲେ ସେ ବି କୁଆଡ଼େ ଅରାଜି ଥିବା କୁହାଯାଉଛି। ଏବେ ନିଜେ ଫରହାନ୍ ଅଖତର ‘ଡନ୍-୩’ରେ ନାୟକ ବନିବେ ବୋଲି ଚର୍ଚ୍ଚା ହେଉଛି। ଏକଥାକୁ କିନ୍ତୁ ନିର୍ମାତା ରିତେଶ ସିଧଓ୍ବାନୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଏବେ ଫିଲ୍ମର ସ୍କ୍ରିପ୍ଟ କାମ ଶେଷ ହୋଇନି। ଏଣୁ କାହାକୁ କେଉଁ ଭୂମିକାରେ ନିଆଯିବ, ତାହା ଠିକ୍ ହୋଇନି।

ସୂଚନାଯୋଗ୍ୟ, ୨୦୦୬ ମସିହାରେ ଫରହାନ୍ ଅଖତର ଅମିତାଭ ବଚ୍ଚନଙ୍କ ‘ଡନ୍’ ର ରିମେକ୍ କରିଥିଲେ, ଯେଉଁଥିରେ ଶାହାରୁଖ ଖାନ୍ ଡନ୍ ହୋଇଥିଲେ। ଏହି ଚଳଚ୍ଚିତ୍ରଟି ସମସ୍ତଙ୍କ ହୃଦୟ ଜିତିଥିଲା। ଏଥିରେ ଶାହରୁଖ ଡନ୍ ବିଜୟ ଭୂମିକାରେ ଅଭିନୟ କରିଥିବାବେଳେ ପ୍ରିୟଙ୍କା ଚୋପ୍ରା ରୋମା ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଇଶା କୋପିକର, ବମନ ଇରାନୀ, ଲାରା ଦତ୍ତା ଏବଂ କୁନାଲ କପୁର ମଧ୍ୟ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ହିଟ୍ ହୋଇଥିଲା ଏବଂ ଶାହରୁଖଙ୍କୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରିଥିଲେ। ‘ଡନ୍’ର ସଫଳତା ପରେ, ଫରହାନ୍ ଅଖତର ୨୦୧୧ ମସିହାରେ ‘ଡନ୍-୨’ ରିଲିଜ୍ କରିଥିଲେ ଏବଂ ଫିଲ୍ମଟି ପୁଣି ବକ୍ସଅଫିସରେ କମାଲ୍ କରିଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments