କେନ୍ଦୁଝର: ଖଣି ରାଜସ୍ୱ ଆଦାୟରେ ଓଡ଼ିଶା ଏଥର ପଛେଇଛି। ଗତବର୍ଷ ତୁଳନାରେ ରାଜ୍ୟ ପାଖାପାଖି
୬ ହଜାର କୋଟି ଟଙ୍କାର ରାଜସ୍ୱ ହରାଇଛି। ଗତ ଆର୍ôଥକ ବର୍ଷରେ ରାଜ୍ୟ ୪୬ ହଜାର କୋଟି ଟଙ୍କାର
ଖଣି ରାଜସ୍ୱ ପାଇଥିବା ବେଳେ ଚଳିତ ଆର୍ôଥକ ବର୍ଷରେ ରାଜ୍ୟ ୪୦ ହଜାର ୫୦୦ କୋଟି ପାଇଛି।
ସର୍ବାଧିକ ରାଜସ୍ୱ ଦେଉଥିବା କେନ୍ଦୁଝର ଜିଲ୍ଲାରେ ମଧ୍ୟ ଖଣି ରାଜସ୍ୱ ହ୍ରାସ ପାଇଛି। ଗତବର୍ଷ ଯୋଡ଼ା
ଖଣିମଣ୍ଡଳରେ ୨୧ ହଜାର କୋଟି ଟଙ୍କା ଖଣି ରାଜସ୍ୱ ଆଦାୟ ହୋଇଥିବା ବେଳେ ଏବର୍ଷ ୨ ହଜାର
କୋଟି ଟଙ୍କା ହ୍ରାସ ପାଇଛି। କେବଳ କେନ୍ଦୁଝର ନୁହେଁ, ସମଗ୍ର ରାଜ୍ୟର ଏଭଳି ଅବସ୍ଥା ସୃଷ୍ଟି ହୋଇଛି।
ଖଣି ବିଭାଗ ପୂର୍ବବର୍ଷର ସଫଳତାକୁ ଦୋହରାଇ ପାରିନାହିଁ। ରାଜ୍ୟରେ ବିକାଶରେ ପ୍ରମୁଖ ଭୂମିକା
ରଖୁଥିବା ଖଣି ରାଜସ୍ୱ ହ୍ରାସ ଚିନ୍ତାଜନକ ବୋଲି କୁହାଯାଉଛି। ଖଣି ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ,
ଗତବର୍ଷ ରାଜ୍ୟରେ ମୋଟ ୪୬ ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା। ଚଳିତବର୍ଷ ସରକାର
୭୦ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ମାତ୍ର ୪୦ ହଜାର ୫୦୦
କୋଟି ଟଙ୍କା ଅର୍ଥାତ୍ ୬୦ ପ୍ରତିଶତରୁ କମ୍ ସଫଳତା ପାଇଛି। ଯୋଡ଼ା ଖଣି ମଣ୍ଡଳରୁ ଗତବର୍ଷ ୨୧ ହଜାର
କୋଟି ଟଙ୍କା ଖଣି ରାଜସ୍ୱ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ୧୯ ହଜାର କୋଟି ଟଙ୍କା ସଂଗ୍ରହ ହୋଇଛି।
ଯୋଡ଼ା ଖଣି ମଣ୍ଡଳରେ ୧୦ଟି ଅଧିକ ପ୍ରିମିୟମ୍?ର ଖଣି ରହିଛି। ଏଥିରୁ ଏବେ ୫ଟି ବନ୍ଦ ରହିଛି। ଜଜାଙ୍ଗ
ଲୁହାପଥର ଖଣିର ପ୍ରିମିୟମ୍ ଦେଇ ନପାରିବାରୁ ଉକ୍ତ ଖଣିକୁ ଜେଏସ୍ଡବ୍ଲ୍ୟୁ କମ୍ପାନି ସରକାରଙ୍କୁ ହସ୍ତାନ୍ତର
କରିଦେଇଛି। ଅର୍ଥାତ୍ ଏହି ଖଣିରୁ ଗତବର୍ଷ ଯେଉଁ ରାଜସ୍ୱ ମିଳିଥିଲା ଏଥର ତାହା ମିଳିଲା ନାହିଁ। ସେହିପରି
ଚଳିତବର୍ଷ ୭ଟି ଖଣି ପ୍ରିମିୟମ୍ ଦାଖଲ କରି ନଥିବାରୁ ସରକାର ତାହାକୁ ଚଳାଇବା ପାଇଁ ଅନୁମତି
ଦେଇନାହାନ୍ତି। ନିୟମ ଅନୁସାରେ, କୌଣସି ଖଣି ଧାର୍ଯ୍ୟ ସମୟରେ ପ୍ରିମିୟମ୍? ଦେଇ ନ ପାରିଲେ,
ପରବର୍ତୀ ସମୟରେ ସେମାନଙ୍କୁ ଦେୟ ପଇଠ ପାଇଁ ଚୁକ୍ତି ଭିତିରେ ସମୟ ଦିଆଯାଏ।