Tuesday, August 26, 2025
spot_imgspot_img
Homeତାଜା ଖବରଖୁବ୍ ଶୀଘ୍ର RBI ଆଣୁଛି ଏକ ନୂଆ ପେମେଣ୍ଟ ସିଷ୍ଟମ

ଖୁବ୍ ଶୀଘ୍ର RBI ଆଣୁଛି ଏକ ନୂଆ ପେମେଣ୍ଟ ସିଷ୍ଟମ

ଖୁବ୍ ଶୀଘ୍ର ଆରବିଆଇ ଆଣୁଛି ଏକ ନୂଆ ପେମେଣ୍ଟ ସିଷ୍ଟମ । ଏହି ସିଷ୍ଟମକୁ କିଛି ସ୍ୱତନ୍ତ୍ର କର୍ମଚାରୀ କେଉଁଠି ବି ଅପରେଟ୍ କରିପାରିବେ। କେନ୍ଦ୍ରୀୟ ବ୍ୟାଙ୍କ ଲାଇଟ୍ ୱେଟ୍ ଆଣ୍ଡ୍ ପୋର୍ଟେବଲ ପେମେଣ୍ଟ ସିଷ୍ଟମ (ଏଲ୍ପିଏସ୍ଏସ୍) ଭଳି ନୂଆ ନୂଆ ପେମେଣ୍ଟ ସିଷ୍ଟମ ଅଣାଯିବା ଉପରେ ପ୍ରସ୍ତୁତି ଚଳାଇଛି। ଏଲପିଏସ୍ଏସ୍ ପେମେଣ୍ଟ ସିଷ୍ଟମ ପ୍ରାକୃତିକ ବିପର୍ୟ୍ୟୟ ଓ ଯୁଦ୍ଧକାଳୀନ ପରିସ୍ଥିତି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଆହୁରିମଧ୍ୟ ଏଭଳି ବିପଦ ସମୟରେ ଏହା ଅର୍ଥ ନେଣଦେଣ କ୍ଷେତ୍ରରେ ଲୋକଙ୍କୁ ସହାୟତା ପ୍ରଦାନ କରିବ। ପାରମ୍ପରିକ ଟେକ୍ନୋଲୋଜି ତୁଳନାରେ ଏହି ନୂଆ ପେମେଣ୍ଟ ସିଷ୍ଟମ ବହୁତ ସ୍ୱତନ୍ତ୍ର ହେବ। ଯାହା ଫଳରେ ପେମେଣ୍ଟ ବା ଅର୍ଥ ନେଣଦେଣ କ୍ଷେତ୍ରରେ ବର୍ତ୍ତମାନ ବେଶ ଚାହିଦା ଥିବା ରିଅଲ ଟାଇମ୍ ଗ୍ରସ ସେଟେଲମେଣ୍ଟ (ଆର୍ଟିଜିଏସ୍), ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (ଏନ୍ଇଏଫ୍ଟି) ଓ ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ବ୍ୟବସ୍ଥା ପୁରୁଣା ହୋଇଯିବ। ତେଣୁ ଏହି ସବୁ ପେମେଣ୍ଟ ସିଷ୍ଟମ୍କୁ କିପରି ବଡ଼ ଧରଣର ପେମେଣ୍ଟ କରାଯାଇପାରିବ ସେ ନେଇ ଏଲ୍ପିଏସ୍ଏସ୍କୁ ବିକଶିତ କରାଯାଉଛି। ଆରବିଆଇ କହିଛି ଯେ ଆବଶ୍ୟକ ପଡିଲେ ଏକାକୁ ଆକ୍ଟିଭ କରାଯିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments