Tuesday, August 26, 2025
spot_imgspot_img
Homeତାଜା ଖବରଗରମରେ ହନ୍ତସନ୍ତ ହେଉଛି ଜନଜୀବନ, ୫ଦିନ ଗୁଳୁଗୁଳି ରୁ ନାହିଁ ନିସ୍ତାର

ଗରମରେ ହନ୍ତସନ୍ତ ହେଉଛି ଜନଜୀବନ, ୫ଦିନ ଗୁଳୁଗୁଳି ରୁ ନାହିଁ ନିସ୍ତାର

ଗରମରେ ହନ୍ତସନ୍ତ ହେଉଛି ଜନଜୀବନ । ଗରମ ସାଙ୍କକୁ ଗୁଳୁଗୁଳି ରେ ଛଟପଟ ହେଉଛନ୍ତି ରାଜ୍ୟ ବାସୀ । ସକାଳ ୫ଟାରେ ରଜଧାନୀର ତାପମାତ୍ରା ୩୦.୨ଡିଗ୍ରୀ ରେକର୍ଡ କରାଯାଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ଟି ଜିଲ୍ଲାରେ ଅସହ୍ୟ ତାତି ଅନୁଭୂତ ହେବା ନେଇ ସୂଚନା ଦେଇଚି ଅଞ୍ଚଳିକ ପାଣିପାଗ ବିଭାଗ । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି । ରାଜ୍ୟରେ ଦିନର ତାପମାତ୍ରା ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଥିବା ବେଳେ ୩ରୁ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ । କିଛି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି କିଛି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ଯାଏଁ ଅଧିକ ରହିଥିଲା । ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୫ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ଦିନ ତାପମାତ୍ରା ୪୫ ଦଶମିକ ୨ ଡିଗ୍ରୀ ରହିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments