ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହରେ ସୁଖ ଶାନ୍ତି ବଜାୟ
ରଖିବା ପାଇଁ ଦର୍ପଣର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା
ରହିଛି। ତେବେ ଘରର କେଉଁ ସ୍ଥାନରେ ଦର୍ପଣ
ରଖିଲେ କି ପ୍ରକାରର ଶୁଭଫଳ ମିଳିଥାଏ ଜାଣନ୍ତୁ
ସେ ସମ୍ପର୍କରେ… ଞ୍ଚଯେହେତୁ ଉତର ଦିଗର ସ୍ୱାମୀ
ହେଉଛନ୍ତି ଭଗବାନ କୁବେର ଏବଂ ପୂର୍ବ ଦିଗର
ସ୍ୱାମୀ ଭଗବାନ ସୂର୍ଯ୍ୟ। ତେଣୁ ଏହି ଦୁଇ ଦିଗରେ
ଦର୍ପଣ ଲଗାଇବା ଶୁଭ ହୋଇଥାଏ।
ଞ୍ଚକିନ୍ତୁ ଭୁଲ୍?ରେ ବି ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ
ଦର୍ପଣ ଲଗାଇବେ ନାହିଁ। କାରଣ ଦକ୍ଷିଣ ଦିଗର
ସ୍ୱାମୀ ହେଲେ ପ୍ରଭୂ ଯମରାଜ ଏବଂ ପଶ୍ଚିମ ଦିଗର
ଦେବତା ହେଲେ ଶନିଦେବ। ବାସ୍ତୁଶାସ୍ତ୍ରରେ
ଉଲ୍ଲେଖ ରହିଛି, ଯଦି ଏହି ଦୁଇ ଦିଗରେ ଦର୍ପଣ
ଲଗାଯାଏ; ତା’ହେଲେ ଗୃହରେ ସର୍ବଦା ଅଶାନ୍ତି
ଲାଗି ରହିଥାଏ। ଞ୍ଚସେହିପରି ଦର୍ପଣକୁ ସର୍ବଦା
ସଫାସୁତୁରା ରଖିବା ଦରକାର। ତା’ସହିତ ଧ୍ୟାନ ଦେବେ ଦର୍ପଣରେ ଯେମିତି କୌଣସି ବିପଦପୂର୍ଣ୍ଣ ବସ୍ତୁ ବା ଅଶୁଭ ବସ୍ତୁର ପ୍ରତିଫଳନ ହେଉ ନଥିବ। ଯେମିତିକି:
ଛୁରୀ, କିଛି ବି ମାରାଣାସ୍ତ୍ର, ଗ୍ୟାସ, ଡଷ୍ଟବିନ୍ର ଅଳିଆ ଆବର୍ଜନା, ଖରାପ ହୋଇଯାଇଥିବା କୌଣସି ବସ୍ତୁ ଇତ୍ୟାଦି।
କାରଣ ଏହାଦ୍ୱାରା ଗୃହରେ ନକାରାତ୍ମକ ଊର୍ଜ୍ଜା ଉପତ୍ନ୍ନ ହୋଇଥାଏ। ଞ୍ଚଅନ୍ୟପକ୍ଷେ ଦୁଇଟି ଦର୍ପଣକୁ କେବେ ବି ସାମ୍ନାସାମ୍ନି
ରଖିବେ ନାହିଁ। କାରଣ ଏହାଦ୍ୱାରା ପରିବାରରେ ସନ୍ଦେହର ବାତାବରଣ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
ଘରର ଏହି ଦିଗରେ ଲଗାଉଛନ୍ତି କି ଦର୍ପଣ,କରନ୍ତୁନି ଏମିତି ଭୁଲ ମାଡ଼ିଆସବ ବିପଦ
RELATED ARTICLES