Tuesday, August 26, 2025
spot_imgspot_img
Homeତାଜା ଖବରଚିନ୍ତା ବଢ଼ାଉଛି ଟ୍ରେନ ଦୁର୍ଘଟଣା, ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଚିନ୍ତା ବଢ଼ାଉଛି ଟ୍ରେନ ଦୁର୍ଘଟଣା, ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଚିନ୍ତା ବଢ଼ାଉଛି ଟ୍ରେନ ଦୁର୍ଘଟଣା । ଦିନକ ବ୍ୟବଧାନ ପରେ ପୁଣି ଟ୍ରେନରେ ଅଘଟଣ । ଦୁର୍ଗରୁ ପୁରୀ ଆସୁଥିବା ଏକ୍ସପ୍ରେସରେ ନିଆଁ ଲାଗିଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ରେଲୱେ ଷ୍ଟେସନରେ ଏହି ନିଆଁ ଲାଗିଥିଲା । ଖରିଆର ରୋଡ୍ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିି ତୁରନ୍ତ ନିଆଁକୁ ଆୟତ କରିଥିଲେ । ନିଆଁ ଲାଗିବା ପରେ ଷ୍ଟେସନରେ ଆତଙ୍କ ଖେଳିଯାଇଥିଲା । ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଦୌଡ଼ିବାରେ ଲାଗିଥିଲେ । ବ୍ରେକ୍ ସୁ’ ଘଷି ହୋଇ ନିଆଁ ଲାଗିଥିବା ସୂଚନା ମିଳିଛି । ଟ୍ରେନର ବଗି ତଳେ ନିଆଁ ଦେଖାଯାଇଥିଲା। ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ନିଆଁ ଆୟତ୍ତ ପରେ ଟ୍ରେନ୍ ପୁଣି ଗନ୍ତବ୍ୟମାର୍ଗରେ ଚାଲିଛି।
ସୂଚନା ଥାଉକି, ୨ ଦିନ ତଳେ ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିଥିଲା । ବ୍ରହ୍ମପୁର ଷ୍ଟେସନରେ ଧୂଅାଁ ବାହାରିବାର ଦେଖି ଯାତ୍ରୀ ଭୟଭୀତ ହେଇ ଓହ୍ଲାଇ ପଡିଥିଲେ । ସର୍ଟ ସର୍କିଟରୁ ଧୂଆର୍ ବାହାରିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ କୁହାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments