Tuesday, August 26, 2025
spot_imgspot_img
Homeତାଜା ଖବରଚିଲିକା ଓ ମୁହାଣ ମୁହଁ ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍

ଚିଲିକା ଓ ମୁହାଣ ମୁହଁ ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍

ମହାନଦୀ ଜଳବିବାଦ ପ୍ରାଧିକରଣ ଅଧ୍ୟକ୍ଷ ଓ ସଦସ୍ୟମାନେ ଚିଲିକା ଓ ମୁହାଣ ମୁହଁ ପରିଦର୍ଶନ କରିଛନ୍ତି। ଦିନ ସାଢେ ୧୦ଟାରେ ପ୍ରତିନିଧି ଦଳ ହେଲିକପ୍ଟର ଯୋଗେ ସାତପଡ଼ାରେ ପହଞ୍ଚିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ରାଜରାସ୍ତାରେ ଆସି ମିର୍ଜାପୁର ଜେଟିରେ ପହଞ୍ଚିଥିଲେ ଏବଂ ମୋଟର ବୋଟ ଯୋଗେ ଚିଲିକା ମୁହାଣ ଗସ୍ତ କରିଥିଲେ। ଚିଲିକା ଭିତରକୁ କିଭଳି ଲୁଣାପାଣି ପଶୁଛି ଏବଂ ମୁହାଣ କିଭଳି ସଂକୁଚିତ ହେଉଛି ତାହା ଅନୁଧ୍ୟାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments