ଜନ୍ମିତ ଝିଅ କୁ ହତ୍ୟା ଅଭିଯୋଗ ରେ ମାଆ ସହ ଦ୍ଵିତୀୟ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ । ରାୟ ଶୁଣାଇଲେ ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜର୍ଜ ବିଶ୍ୱଜିତ୍ ଦାସ । ଦୋଷୀ ସାବ୍ୟସ୍ତ ହୋଇଥିବା ବେବି ବିୱି ସହ ଏସ୍ କେ ଅବଦୁଲ ରହିମ କୁ ଆଜୀବନ କାରାଦଣ୍ଡ । ବେବୀ ବିୱୀ ନିଜ ଦ୍ଵିତୀୟ ସ୍ବାମୀ ସହ ମିଶି ପ୍ରଥମ ସ୍ବାମୀଙ୍କ ପାଖରୁ ଜନ୍ମ ହୋଇଥିବା ୧୩ ବର୍ଷର ନାବାଳିକା ଝିଅ କୁ ହତ୍ୟା କରିଥିଲା । ଗତ 2022 ମସିହା ଜୁନ 22ରେ ବାଲେଶ୍ଵର ଟାଉନ୍ ଥାନାରେ ମୃତ ନାବାଳିକା ଙ୍କ ପିତା ସେକ କୁତୁବୁଦ୍ଧିନ ଏହି ଅଭିଯୋଗ ଆଣିଥିଲେ । ଏହି ମକଦ୍ଦମା ରେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।
(ରିପୋର୍ଟ-ପ୍ରଭାକର ମଲ୍ଲିକ)