Tuesday, August 26, 2025
spot_imgspot_img
Homeତାଜା ଖବରଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଚାଲିଛି ବେଦପାଠ

ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଚାଲିଛି ବେଦପାଠ

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଚାଲିଛି ବେଦପାଠ । ଆଜି ବାହାନଗା ସ୍କୁଲ ପଡିଆରେ ଆୟୋଜିତ ହେଉଛି ବିଶ୍ବଶାନ୍ତି ମହାଯଜ୍ଞ । ଏହାସହିତ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ସମେତ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ କରାଯାଉଛି । ଭୋର ୫ଟାରୁ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଛି । ଏହାପରେ ଅଖଣ୍ଡ ଗାୟତ୍ରୀମନ୍ତ୍ର ଜପ କରାଯିବ ।

ମୃତକଙ୍କ ଆତ୍ମାର ସଦଗତି ଓ ଆହତଙ୍କ ଆରୋଗ୍ୟ କାମନା କରି ବାହାନଗାରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ ହୋଇଛି । ସର୍ବଧର୍ମ ପ୍ରାର୍ଥନା ସଭା ଓ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସାମୂହିକ ବେଦପାଠ ଓ ଦୀପଦାନ କରିବା କାର୍ୟ୍ୟକ୍ରମ ରହିଛି । ଆସନ୍ତାକାଲି ସକାଳେ କଳସ ଶୋଭାଯାତ୍ରା କରାଯିବ । ଅପରାହ୍ଣରେ ଋତମ୍ଭରା ଆର୍ନ୍ତଜାତୀୟ ସଂଘ ତରଫରୁ ୫୦୦୮ ଦୀପଦାନ କରାଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments