ଢେଙ୍କାନଳ ଜିଲ୍ଲା କଣ୍ଟାବଣିଆ ସ୍ତିତ ମେରୁମଣ୍ଡଳି ଟାଟା ଷ୍ଟିଲରେ ଅଘଟଣ । ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍ ଲିକ୍ ହୋଇ ୧୯ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଶ୍ରମିକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ସଂଖ୍ୟା ବଢିପାରେ ବୋଲି ମଧ୍ୟ କୁହାଯାଉଛି । ଆହତ ଶ୍ରମିକମାନଙ୍କ ମଧ୍ୟରୁ କିଛି ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ଲାଷ୍ଟ ଫର୍ନେସ ୫୨ରେ ପାଇପ ଫାଟି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । କାରଖାନା ଭିତରକୁ ପ୍ରବେଶ ନିଷେଧ କରାଯାଇଛି ।