କଟକ: ଭୁବନେଶ୍ଵର ଠାରେ ଓଡିଶାର ନନ ଫରମାଳ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଅଛି। ଆସୋସିଏସନର ସଭାପତି ଓ ସମ୍ପାଦକ ଏକ ପ୍ରେସ ବିବୃତିରେ କହିଛନ୍ତି ଦୀର୍ଘ 24 ବର୍ଷର ସରକାର ଆମକୁ ଚାକିରୀ ଦେଇ 2002 ରୁ ବହିସ୍କୃତ କରିଥିଲେ । ଆମେ ଆମର ଦୁଃଖ ବାରମ୍ବାର ଜଣାଇ ଥିବା ସତ୍ୱେ ନବୀନ ସରକାର କୌଣସି କର୍ଣ୍ଣପାତ କରି ନଥିଲେ । କିନ୍ତୁ ଆଜି ମୋହନ ସରକାର ଆମକୁ ଡାକି ନିଯୁକ୍ତି ପ୍ରକ୍ରିୟାକୁ ସକ୍ରିୟ କରିବା ପାଇଁ ପ୍ରତିଶୃତି ଦେଇଥିବାରୁ ଆମେ ଆଜି ସରକାରଙ୍କ ପାଖରେ କୃତଜ୍ଞ ମନେ କରୁଅଛୁ । ଆଜକୁ ଅନେକ ଦିନ ମଧ୍ୟରେ ବୟସର ସୀମା ବୃଦ୍ଧି ପାଉଥିବା ବେଳେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏଯାବତ ଦୁଃଖ ଓ କଷ୍ଟରେ ନିଜ ନିଜର ଜୀବନ ବିତାଉ ଅଛନ୍ତି । ସେମାନଙ୍କର ଆଶା ଓ ଆକାଂକ୍ଷା ଦାବିକୁ ଡ଼ବଲ ଇଞ୍ଜିନ ସରକାର ନିଶ୍ଚୟ ପୂର୍ଣ୍ଣ କରିବେ ବୋଲି ଆଶା ବାନ୍ଧି ଅପେକ୍ଷାରେ ରହିଛନ୍ତି 6000 ନନ ଫରମାଲ ଶିକ୍ଷକ ଓ ଶିକ୍ଷୟତ୍ରୀ । ସର୍ବପରି ସେମାନଙ୍କ ଏକ ପ୍ରକାର ଖୁସିର ଲହରୀ ଖେଳି ଯାଇଥିବା ବେଳେ ଧନ୍ୟବାଦ ଦେଇଛନ୍ତି ଆଜିର ଡବଲ ଇଞ୍ଜିନ ସରକାର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ। ସେମାନେ ଖୁବ ଶୀଘ୍ର ବିଦ୍ୟାଳୟକୁ ଯାଇ ଛାତ୍ର ଛାତୀଙ୍କୁ ଶିକ୍ଷାଦାନ ଦେବେ ବୋଲି ମନରେ ଆଶା ବାନ୍ଧିଛନ୍ତି । ତାହା ସରକାର ଖୁବ ଶୀଘ୍ର ବିଚାର କରିବେ ବୋଲି କହିଛନ୍ତି ଆସୋସିଏସନର ସଭାପତି, ସମ୍ପାଦକ ଓ ବରିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନେ ।