Tuesday, August 26, 2025
spot_imgspot_img
Homeତାଜା ଖବରଥମୁନି ଅଘଟଣ: ମାଲ୍‌ଗାଡ଼ିରେ ନିଆଁ

ଥମୁନି ଅଘଟଣ: ମାଲ୍‌ଗାଡ଼ିରେ ନିଆଁ

ବାହାନଗା ରେଳ ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ପୁଣି ମାଲବାହୀ ଟ୍ରେନରୁ ନିଆଁ ଲୋକଙ୍କୁ ଆତଙ୍କିତ କରିଛି । ତେବେ ଏହାରି ମଧ୍ୟରେ ଖୋର୍ଦ୍ଧା ରୋଡ୍‌ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏମ୍‌ବିକେଏଲ ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ୨ ନମ୍ବର ପ୍ଲାଟଫର୍ମରେ ଅଟକି ରହିଥିଲା। ତେବେ ଅଟକି ରହିଥିବା କୋଇଲା ବୋଝେଇ ଟ୍ରେନର ୧୪ ନମ୍ବର ୱାଗନରୁ ପ୍ରବଳ ଧୂଆଁ ବାହାରୁଥିଲା  । ସେହି ସମୟରେ ୧ ନମ୍ବର ପ୍ଲାଟଫର୍ମ ଦେଇ ୦୮୪୪୧ ନମ୍ବର ବିଶିଷ୍ଟ ଭୁବନେଶ୍ବର ବ୍ରହ୍ମପୁର ମେମୋ ଟ୍ରେନ ଯାଉଥିଲା। ଥିବା ମେମୋ ଟ୍ରେନ ଚାଳକ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ବାଲୁଗାଁ ଷ୍ଟେସନ୍‌ ମାଷ୍ଟର୍‌ ଓ ବାଲୁଗାଁ ଆର୍‌ପିଏଫ୍‌ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ସୂଚନାନୁଯାୟୀ , ଖବର ପାଇ ସଙ୍ଗେ ସଙ୍ଗେ ଉଭୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ବାଲୁଗାଁ ଅଗ୍ନିଶମ କର୍ମଚାରୀମାନେ ଷ୍ଟେସନ୍‌ରେ ପହଞ୍ଚି ଦୀର୍ଘ ସମୟ ପ୍ରଚେଷ୍ଟା ପରେ ନିଆକୁ ଆୟତ୍ତ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments