Tuesday, August 26, 2025
spot_imgspot_img
Homeତାଜା ଖବରଥମୁନି ତାତି : ସମ୍ବଲପୁର ସବୁଠୁ ଉତ୍ତପ୍ତ

ଥମୁନି ତାତି : ସମ୍ବଲପୁର ସବୁଠୁ ଉତ୍ତପ୍ତ

କଲବଲ କରୁଛି ଖରା। ଅସହ୍ୟ ତାତି ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ତ୍ରାହି  ମିଳୁନି। ବୁଧବାର ଦିନ ୧ଟା ସୁଦ୍ଧା ରାଜ୍ୟର ୫ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବାବେଳେ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁରରେ ତାପମାତ୍ରା ୪୩.୩ ଡିଗ୍ରୀ ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସକାଳ ୮ଟାରୁ ଘରୁ ବାହାରିବାକୁ ଲୋକଙ୍କୁ ଡର ଲାଗୁଛି। ଅତ୍ୟାବଶ୍ୟକ କାମରେ ବାହାରକୁ ଯିବା ପାଇଁ ଲୋକେ ବାଧ୍ୟ ହେଉଛନ୍ତି। ଆଜି ବଲାଙ୍ଗୀର, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ହୀରାକୁଦ ଓ କୋରେଇର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବାବେଳେ ଟିଟିଲାଗଡ଼, ରାଉରକେଲା, ବରଗଡ଼ର ତାପମାତ୍ରା ୪୧ ଡିଗ୍ରୀ ଟପିଛି।

ସେହିପରି ତାଳଚେର, ଫୁଲବାଣୀ, ନବରଙ୍ଗପୁର, ପାରଳାଖେମୁଣ୍ଡି, ବାରିପଦା, ଭଦ୍ରକ, ଚାନ୍ଦବାଲିରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ଵର, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝରଗଡ଼, ଅନୁଗୁଳ ଓ ମାଲକାନଗିରିରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments