Tuesday, August 26, 2025
spot_imgspot_img
Homeତାଜା ଖବରଦିନିକିଆ ଶୋକ ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ଦିନିକିଆ ଶୋକ ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ଆଜି ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ବାହାନଗା ରେଳ ଦୁର୍ଘଟଣା ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଦିନିକିଆ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାସହିତ କୌଣସି ସରକାରୀ ଉତ୍ସବ ପାଳନ ହେବନି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା।

ଗତକାଲି ସନ୍ଧ୍ୟାରୁ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି।ସମୟ ଯେତେ ବଢୁଛି ମୃତ୍ୟୁ ସଂଖ୍ୟା ସେତେ ବଢୁଛି, ଚାରିଆଡେ ବିଛାଡି ହୋଇ ପଡିଛି ଶବ। ବିଭିନ୍ନ ମେଡିକାଲରେ କୁଢ କୁଢ ଶବ ପଡିରହିଛି। ଆହତମାନଙ୍କୁ କେମିତି ଚିକିତ୍ସା କରାଯିବ, ତାହାକୁ ପ୍ରାଧ୍ୟାନ୍ୟ ଦିଆଯାଉଛି। ବହୁ ଗୁରୁତରଙ୍କୁ ରାଜ୍ୟର ବିଭିନ୍ନ ବଡ଼ ମେଡିକାଲକୁ ପଠାଯାଉଛି। ଏହି ଦୁର୍ଘଟଣାରେ ଆଗକୁ ମୃତକଙ୍କ ସଂଖ୍ୟା ବହୁତ ବଢିବ, କାରଣ ଏଯାଏଁ ବହୁତ ଟ୍ରେନ୍‌ ବଗି ତଳେ ଲୋକ ଚାପିହୋଇ ରହିଛନ୍ତି ବୋଲି ସୂଚନା ମିଳୁଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments