ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟ୍କା । ଆଜି ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଚି । ଦିଲ୍ଲୀ ବ୍ୟତୀତ ଜମ୍ମୁ-କାଶ୍ମୀର ଓ ଚଣ୍ଡିଗଡରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା କୁହାଯାଉଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରହିଥିବା ବେଳେ ଏହା ପାଖାପାଖି ୧୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା କୁହାଯାଉଛି । ସୂଚନା ଅନୁସରରେ ଭୂକମ୍ପ ଅନୁଭୂତ ହେବା ପରେ ଘରେ ଥିବା ସମସ୍ତ ଆସବାବ ପତ୍ର ଥରି ଉଠିଥିଲା ଫଳରେ ଲୋକମାନେ ଘର ଭିତରୁ ବାହାରି ଚାଲି ଆସିଥିଲେ । ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଜାମ୍ମୁ-କାଶ୍ମୀର କିଶତବାଡିରୁ ୩୦ କିଲୋମିଟର ଦକ୍ଷିଣ-ପୂର୍ବ ଠାରେ ବୋଲି କୁହାଯାଉଛି ।