Tuesday, August 26, 2025
spot_imgspot_img
Homeତାଜା ଖବରଦିଲ୍ଲୀ ହସ୍ପିଟାଲରେ ଲାଗିଲା ନିଆଁ, ୨୦ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଦିଲ୍ଲୀ ହସ୍ପିଟାଲରେ ଲାଗିଲା ନିଆଁ, ୨୦ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଦିଲ୍ଲୀର ଏକ ନବଜାତ ଶିଶୁ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବୈଶାଳୀ ଅଞ୍ଚଳ ସ୍ଥିତ ନ୍ୟୁ ବର୍ଣ୍ଣ ଚାଇଲ୍ଡ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମବାହିନୀ ଟିମ୍ ଜୀବନକୁ ବାଜିରେ ଲଗାଇ ୨୦ ନବଜାତ ଶିଶୁଙ୍କ ଜୀବନକୁ ବଞ୍ଚାଇଦେଇଛନ୍ତି । ଶୁକ୍ରବାର ରାତିରେ ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଜନକପୁରୀ ଅଞ୍ଚଳରେ ନିଆଁ ଲାଗିଯାଇଥିବା ସୂଚନା ମିଳିଥିଲା । ଏହି ଘଟଣା ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦମକଳବାହିନୀର ୯ଟି ଗାଡି ନିଆଁ ଲିଭାଇବାରେ ନିୟୋଜିତ ରହିଥିଲେ । ଅଗ୍ନିଶମବାହିନୀର ସଠିକ ସମୟରେ ପଦକ୍ଷେପ କାରଣରୁ ଅନେକ ଜୀବନ ବଞ୍ଚିଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments