ସାନ ଭାଇ ଗୁଳି ମାଡରେ ବଡ ଭାଇ ଗୁରୁତର । ୨ଭାଇ ଙ୍କ ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିବା ବେଳେ, ଗତକାଲି ରାତିରେ ମୋବାଇଲ୍ ଚାର୍ଜର ନଦେବାରୁ ବଡଭାଇ ଉପରକୁ ଘନଘନ ଫାଇରିଙ୍ଗ୍ କରିଥିଲା ସାନ ଭାଇ । ସୁଚନା ଅନୁସାରେ ଗତ ବିଳମ୍ବିତ ରାତିରେ ବ୍ରହ୍ମଗିରି ବ୍ଲକ ଡିମିରିସେଣା ଗ୍ରାମର ସାନ ଭାଇ ସଂଗ୍ରାମ ଭୋଇ ଅତର୍କିତ ଭାବରେ ବଡ ଭାଇ ଶଙ୍କର ଭୋଇ ଓ ତାଙ୍କ ପରିବାର ଉପରକୁ ୪ରାଉଣ୍ଡ ଗୁଳିଚାଳନା କରିଥିଲା। କିନ୍ତୁ ଗୋଟିଏ ଗୁଳି ଶଙ୍କର ଭୋଇ ଙ୍କ ଜଘଂ ରେ ଆର ପାର ହୋଇଯାଇଥିବା ବେଳେ ଅନ୍ୟ ଗୁଳି ଏଣେ ତେଣେ ସ୍ଥାନାରେ ପଡିଛି। ଶଙ୍କର ଭୋଇ ଗୁରୁତର ଆହତ ଅବସ୍ଥାରେ ରେବଣା ନୂଆଗାଁ ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଦିର୍ଘବର୍ଷ ଧରି ସଂଗ୍ରାମ ଭୁବନେଶ୍ବର ରେ ରହୁଥିବା ବେଳେ କିଛିଦିନ ହେବ ସାଙ୍ଗ ମାନ ଙ୍କ ସହ ଗାଁ ରେ ରହୁଥିବା। ଗତକାଲି ଘଟଣା ସ୍ଥଳରୁ ସଂଗ୍ରାମ ସାଙ୍ଗ ମାନଙ୍କ ସହ ଫେରାର ହୋଇଯାଇଥିବା ବେଳେ ବ୍ରହ୍ମଗିରି ପୋଲିସ୍ ଛାନଭିନ୍ ଚଳାଇଛି।
