Monday, December 23, 2024
spot_imgspot_img
Homeତାଜା ଖବରନିତି ଆୟୋଗ ବୈଠକ : କାହିଁକି ଯୋଗ ଦେଲାନି ଓଡ଼ିଶା?

ନିତି ଆୟୋଗ ବୈଠକ : କାହିଁକି ଯୋଗ ଦେଲାନି ଓଡ଼ିଶା?

ନୂଆଦିଲ୍ଲୀରେ ଆୟୋଜିତ ନିତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକରେ ଯୋଗ ଦେଇନାହିଁ ଓଡ଼ିଶା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନାହାନ୍ତି। ନବୀନ ନିତି ଆୟୋଗ ବୈଠକରେ ଯୋଗ ନ ଦେବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀମାନେ ହିଁ ଯୋଗଦେବେ ବୋଲି ନିୟମ ଥିଲା। ଏହି ବୈଠକରେ ପଶ୍ଚିମବଙ୍ଗ ବିହାର, ରାଜସ୍ଥାନ, ଦିଲ୍ଲୀ, କେରଳ, ତେଲେଙ୍ଗାନା ଓ ପଞ୍ଜାବର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେଇ ନାହାନ୍ତି।ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଛି। ବିକଶିତ ଭାରତ-୨୦୪୭ ଏହାର ମୁଖ୍ୟ ପ୍ରସଙ୍ଗ ରହିଛି। ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ କିଭିଳି ସବୁ କ୍ଷେତ୍ରରେ ଆଗକୁ ଆଗକୁ ଯାଇପାରିବ ସେନେଇ ଆଲୋଚନା ହେଉଛି। ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ସ୍ୱାସ୍ଥ୍ୟ, ନାରୀ ସଶକ୍ତୀକରଣ, ଭିତ୍ତିଭୂମୀ ବିକାଶ, ଦକ୍ଷତା ବିକାଶ ଆଦି ପ୍ରସଙ୍ଗରେ ଆଲୋଚନା ହେଉଛି। ଓଡିଶା ଏହି ବୈଠକରେ ଯୋଗ ଦେଇ ନଥିବାରୁ ଏ ପ୍ରସଙ୍ଗଗୁଡିକ ଉପସ୍ଥାପନ କରିବାରୁ ବଞ୍ଚିତ ହେବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments