ରାଜ୍ୟ ବ୍ୟାପି ଟାଟା ପାୱାର ବିରୁଦ୍ଧରେ ଜନଅସନ୍ତୋଷ ପରେ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେଇଛି ଟାଟା ପାୱାର । ନିରବର୍ଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ୭ହଜାର ୭୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି କର୍ମଚାରୀଙ୍କୁ ବିଜୁଳି ଖୁଣ୍ଟ, କଣ୍ଡକ୍ଟର ଆଦି ଉପକରଣ ଯୋଗାଇ ଦିଆଯାଇଛି ।ନିକଟରେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ସେବା ବ୍ୟାହତ ହୋଇଥିବା ସ୍ଥାନ ଗୁଡ଼ିକରେ ପୁନରୁଦ୍ଧାର କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।ପୁନରୁଦ୍ଧାର କାମର ନିରୀକ୍ଷଣ ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି ବୋଲି ଟାଟା ପାୱାର ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ହୋଇଥିବା ବୈଠକରେ କମ୍ପାନୀର ସିଇଓ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରିଛନ୍ତି ।