ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ୍ ମାଞ୍ଝୀଙ୍କ ପୁଅ ସନ୍ତୋଷ ମାଞ୍ଝୀ । ଏହାକୁ ନେଇ ନୀତିଶ କୁମାରଙ୍କ ମହାମେଣ୍ଟ ସରକାରକୁ ବଡ ଝଟକା ଲାଗିଛି । ସେ ତାଙ୍କର ଇସ୍ତଫା ବିଷୟରେ ସଂସଦୀୟ କାର୍ୟ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କୁ ସୂଚନା ଦେଇଛନ୍ତି । ସରକାରଙ୍କ କୌଣସି ଭାଗିଦାରୀକୁ ନେଇ ନୀତିଶ କୁମାର ଦ୍ୱାରା ମାଞ୍ଝୀଙ୍କ ସହ ଆଲୋଚନା କରିବାକୁ ବିଜୟ କୁମାର ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ।
ସନ୍ତୋଷ ମାଞ୍ଝୀ ଇସ୍ତଫା ଦେବା ପରେ କହିଛନ୍ତି କି, ଜେଡିୟୁରେ ତାଙ୍କ ଦଳକୁ ବିଲୟ କରିବାକୁ ବାରମ୍ବାର ପ୍ରସ୍ତାବ ଦିଆଯାଉଥିଲା । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ ଓ ଏହି କାରଣରୁ ସେ ଇସ୍ତଫା ଦେଇଥିବା କଥା ସନ୍ତୋଷ ମାଞ୍ଝୀ କହିଛନ୍ତି । ସନ୍ତୋଷ ମାଞ୍ଝୀ ନୀତିଶ କୁମାରଙ୍କ ସରକାରରେ ଅଳ୍ପସଂଖ୍ୟକ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ।
