ପଞ୍ଜାବ ସ୍ଥିତ କୋଟ୍ ଅଡ୍ଡୁ ଜିଲ୍ଲାର ଦୟାଦିନ ଅଞ୍ଚଳରେ ପାକିସ୍ତାନର ବୋମା ମାଡ । ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି କୁହାଯାଉଛି । ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ସମସ୍ତେ ଗୋଟିଏ ପରିବାର ବୋଲି ସୂଚନା ରହିଛି । ସେହି ପରିବାର କାବଡି ଜିନିଷ ବିକ୍ରି କରି ଜୀବନଯାପନ କରୁଥିଲେ । କବାଡି ଜିନିଷ ହଟାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ଉକ୍ତ ସ୍ଥାନରେ ଉଦ୍ଧାରକାରୀ ଦଳ ପହଞ୍ଚି ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ବିସ୍ଫୋରଣ କେମିତି ହେଲା ତାହା ଯାଣିବା ପାଇଁ ତଦନ୍ତ ଜାରି ରହିଛି । ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମୋହସିନ ନକଓ୍ଵୀ ଦୁଃଖ ପ୍ରକାଶ କରିଛନ୍ତି ।
