Tuesday, August 26, 2025
spot_imgspot_img
Homeତାଜା ଖବରପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ରୂପ ନେଲା ବାତ୍ୟା ‘ବିପର୍ଯ୍ୟୟ’

ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ରୂପ ନେଲା ବାତ୍ୟା ‘ବିପର୍ଯ୍ୟୟ’

ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ରୂପ ନେଲା ବାତ୍ୟା ‘ବିପର୍ଯ୍ୟୟ’ ।ଭାରତୀୟ ପାଣିପାଗ ବିଭାଗର ଲାଟେଷ୍ଟ୍ ଅପଡେଟ୍ ଅନୁସାରେ, ବାତ୍ୟା ‘ବିପର୍ୟ୍ୟୟ’ ଏବେ ଗୋଆଠୁ ପ୍ରାୟ ୮୬୦ କି.ମି. ଦୂର ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ କେନ୍ଦ୍ରୀଭୂତ ଥିବାବେଳେ ମୁମ୍ବାଇଠୁ ୯୧୦ କି.ମି. ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି।କ୍ରମଶଃ ଏହା ଆହୁରି ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ, ଏହି ବାତ୍ୟା ମୌସୁମୀ ଉପରେ ପ୍ରଭାବ ପକାଉଛି।
ପାଣିପାଗ ବିଭାଗ ଦ୍ୱାରା ମିଳିଥିବା ସୂଚନା ମୁତାବକ
ଲାକ୍ଷାଦ୍ୱୀପ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ରରେ ବାତ୍ୟା ‘ବିପର୍ୟ୍ୟୟ’ର ପ୍ରଭାବ ଦେଖିବାକୁ ମିଳିପାରେ। ଫଳରେ ଆସନ୍ତା ୫ ଦିନ ପାଇଁ ପ୍ରବଳ ବର୍ଷା ଓ ଜୋରରେ ପବନ ବହିବା ନେଇ ଏହିସବୁ ଅଞ୍ଚଳକୁ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଆଜି ପବନର ବେଗ ଘଣ୍ଟା ପ୍ରତି ୧୧୫-୧୨୫ କି.ମି. ରହିପାରେ। କ୍ରମଶଃ ଏହା ବୃଦ୍ଧି ପାଇ ସନ୍ଧ୍ୟାରୁ ଘଣ୍ଟା ପ୍ରତି ୧୪୦ କି.ମି. ବେଗରେ ପବନ ବହିପାରେ। କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରରେ ପବନ ବହିବାର ସମ୍ଭାବନା ରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments