Tuesday, August 26, 2025
spot_imgspot_img
Homeତାଜା ଖବରବାହାନଗାରେ ପହଞ୍ଚିଲା ସିବିଆଇ ଟିମ୍: ଆରମ୍ଭ ହେଲା ତଦନ୍ତ

ବାହାନଗାରେ ପହଞ୍ଚିଲା ସିବିଆଇ ଟିମ୍: ଆରମ୍ଭ ହେଲା ତଦନ୍ତ

ବାହାନଗାରେ ପହଞ୍ଚିଛି ସିବିଆଇ ଟିମ୍। ଟ୍ରେନ୍ ଦୁର୍ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ରେଲେଓ୍ଵ ସେଫଟି କମିଶନର ତଦନ୍ତ ଚଳାଇଥିବା ବେଳେ ସିବିଆଇ ଟିମ୍ର ଖୋଳତାଡ ଆରମ୍ଭ ହୋଇଛି । ସରଜମିନ ଅନୁଧ୍ୟାନ ସହ ତଦନ୍ତ ଚଳାଇଛି ସିବିଆଇ । ଗତକାଲି ସିବିଆଇ ଟିମ୍ ତଥ୍ୟ ସଂଗ୍ରହ କରିଥିଲା । ପ୍ରାଥମିକ ତଦନ୍ତରୁ ଟ୍ରିପଲ୍ ଟ୍ରେନ୍ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ର ଦିଗ ସାମନାକୁ ଆସିଛି । ଏଦିଗରେ ତଦନ୍ତ କରିବ ସିବିଆଇ । ଦୁର୍ଘଟଣାର କାରଣ ଓ କିଏ ଦାୟୀ ସେମାନଙ୍କୁ ଧରିବ ସିବିଆଇ । ଏହାସହ ଗୃହ ମନ୍ତ୍ରାଳୟର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

ଗତକାଲି ଗ୍ରାଉଣ୍ଡ ଜିରୋରେ ରେଲଓ୍ବେ ସେଫ୍ଟି କମିଶନର ଶୈଳେଶ ପାଠକ ପ୍ରାଥମିକ ତଦନ୍ତ କରିଥିଲେ। ପ୍ରଶ୍ନ ଉଠୁଛି, ଇଣ୍ଟରଲକିଂ ସିଷ୍ଟମକୁ ପରିବର୍ତ୍ତନ କଲା କିଏ ? ଦୁର୍ଘଟଣା ନା ଜାଣିଶୁଣି କେହି କରମଣ୍ଡଳକୁ ଦୁର୍ଘଟଣା ମୁହଁକୁ ଠେଲିଦେଲା ? ବାହାନଗା ଷ୍ଟେସନର ସିଗନାଲ ରୁମରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି ସିବିଆଇ । ସିବିଆଇର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସ୍ପଷ୍ଟ ହେବ ଦୁର୍ଘଟଣା ପଛର ପ୍ରକୃତ କାରଣ । ତଦନ୍ତ ଭିତରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍ ଗୁଣନିଧି ମହାନ୍ତି ଓ ସହକାରୀ ଲୋକୋ ପାଇଲଟ୍ ହଜାରୀ ବେହେରାଙ୍କ ବୟାନ ବି ରେକର୍ଡ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments