ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୮୪ ପରିବାରକୁ ମିଳିଲାଣି ସହାୟତା । ୮୪ ପରିବାରକୁ ୬କୋଟି ୯୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ସିପିଆରଓ । ବାହନଗା ଟ୍ରେନ୍ ଦୁର୍ଘଟଣାରେ କିଏ ପୁଅକୁ ହରାଇଛି ତ ଆଉ କିଏ ବାପା, ମାଆ, ସ୍ତ୍ରୀ, ପିଲାଙ୍କୁ ହରାଇଛି । ସମ୍ପର୍କୀୟମାନେ ଏବେ ଯାଏଁ ବି ତାଙ୍କ ଲୋକଙ୍କୁ ଖୋଜୁଛନ୍ତି । ତେଣୁ ଏହି ଦୁଃଖଦ ପରିସ୍ଥିତିରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛି ରେଳବାଇ, ରାଜ୍ୟ ସରକାର ।
