ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ପଶ୍ଚିମବଙ୍ଗର । ଏବେ ମଧ୍ୟ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି । ଅନେକ ଆହତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗୁରୁତର ଆହତଙ୍କ ଚିକିତ୍ସା ଏବେ ମଧ୍ୟ ଜାରି ରହିଛି । ଏସବୁ ଭିତରେ ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବିହାରର ୪୩ ଜଣ ମୃତ୍ୟୁବରଣ କରିଛନ୍ତି । ସେହିଭଳି ୪୪ ଜଣ ଆହତ ହୋଇଛନ୍ତି । ଏହାସହ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଏବେ ମଧ୍ୟ ୮୮ ଜଣ ଯାତ୍ରୀଙ୍କର ପତ୍ତା ମିଳୁନି । ସେହିଭଳି ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ତାଙ୍କ ରାଜ୍ୟର ୩୧ ଜଣଙ୍କର କୌଣସି ଖୋଜଖବର ମିଳୁନି । ଯେଉଁମାନେ କରମଣ୍ଡଳ ଏକ୍ସପ୍ପେସରେ ଯାତ୍ରା କରୁଥିଲେ । ତେଣୁ ଏବେ ପ୍ରଶ୍ନ ଉଠିଲାଣି, ନିଖୋଜ ବ୍ୟକ୍ତି ଗଲେ କୁଆଡେ?
