ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବକୁ ରଖାଯାଇଥିଲା ବାହାନଗା ହାଇସ୍କୁଲ ଘରେ । ଶହ ଶହ ଲୋକଙ୍କ ଶବ ସେହି ସ୍କୁଲରେ ରଖାଯାଇଥିଲା, ସ୍କୁଲ ଖୋଲିଲେ କେମିତି ବସିବେ ସେ ନେଇ ପିଲାଙ୍କ ମନରେ ପଶିଛି ଡର । ଶେହି ସ୍କୁଲକୁ ଆଜି ପରିଦର୍ଶନ କରିବାକୁ ଯାଇଥିଲେ ବାଲେଶ୍ୱର ଜିଲ୍ଲାପାଳ ।
ପିଲା ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭଙ୍ଗା ଯାଇପାରେ ବୋଲି ସ୍କୁଲ ପରିଦର୍ଶନ ବେଳେ ସୂଚନା ଦେଲେ ବାଲେଶ୍ୱର ଜିଲ୍ଲାପାଳ । ସ୍କୁଲ ପରିଚାଳନା କମିଟି ଚାହିଁଲେ ଘରକୁ ଭଙ୍ଗାଯିବ । ସ୍କୁଲ ପରିଚାଳନା କମିଟି ଏନେଇ ନିଷ୍ପତି ଜଣାଇଲେ ପଦକ୍ଷେପ ନିଆଯିବ କହିଲେ ଜିଲ୍ଲାପାଳ ।
ସୂଚନାଯୋଗ୍ୟ ଖରା ଛୁଟି ସରିବାକୁ ମଝିରେ ଆଉ ମାତ୍ର ସପ୍ତାହେ। ତାପରେ ସ୍କୁଲ ଖୋଲିବ । ତେଣେ ଭୁବନେଶ୍ୱରକୁ ମୃତଦେହ ସବୁ ସ୍ଥାନାନ୍ତର ହେବା ପରେ ବାହାନଗା ହାଇସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି । ବାରଣ୍ଡାରେ ପଡ଼ିଥିବା ଚେୟାର ଟେବୁଲ ସବୁକୁ ପୁଣି ଭିତରକୁ ନିଆଯିବ । ହେଲେ ସେଦିନ ଘଟଣା ପରଠୁ ପିଲା ଓ ଗାଁ ଲୋକଙ୍କ ମଧ୍ୟରେ ନକରାତ୍ମକ ଭାବନା ସୃଷ୍ଟି ହୋଇଥିବାରୁ ଏଥିରୁ ନିବୃତ୍ତ ରହିବାକୁ ଜିଲ୍ଲା ଶିକ୍ଷାଧିକାରୀ, ସ୍କୁଲର ମ୍ୟାନେଜିଂ କମିଟି ଓ ଆଲମୁନି ସଦସ୍ୟଙ୍କୁ ନେଇ ବୈଠକ କରିଥିଲେ ।
