Tuesday, August 26, 2025
spot_imgspot_img
Homeତାଜା ଖବରବାହାନଗା ରେଳ ଦୁର୍ଘଟଣା ସମୟରେ ଦେବଦୁତ ସାଜି ଲୋକଙ୍କୁ ଉଦ୍ଧାର କରିଥିବା ଯୁବକ

ବାହାନଗା ରେଳ ଦୁର୍ଘଟଣା ସମୟରେ ଦେବଦୁତ ସାଜି ଲୋକଙ୍କୁ ଉଦ୍ଧାର କରିଥିବା ଯୁବକ

ବାଲେଶ୍ୱରର ବାହାନଗାରେ ହୋଇଥିବା ଭୀଷଣ ରେଳ ଦୁର୍ଘଟଣାରେ ଦେବଦୂତ ସାଜି ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ ଯେଉଁ କେତେକ ସ୍ଥାନୀୟ ବାସିନ୍ଦା । ସେମାନଙ୍କ ମଧ୍ୟରେ ଥିଲେ ଏଭଳି କିଛି ଯୁବକ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ବିପର୍ଯ୍ୟସ୍ତ ବଗି ଭିତରେ ପଶି ଶହ ଶହ ଲୋକଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ଯାତ୍ରୀଙ୍କ ଜିନିଷପତ୍ର ସହ, ଜୋତା, ଓ ମାଂସଖଣ୍ଡ ସବୁ ବିଛେଇ ହୋଇ ପଡିଥିବାବେଳେ ସାହାସ ଜୁଟାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ସାହାସୀ ଯୁବକ ବଖାଣିଛନ୍ତି ସେଦିନର ଲୋମଟାଙ୍କୁରା କାହାଣୀ ।
୩୮ ବର୍ଷିୟ ତୁକନା ଦାସଙ୍କ କହିବା ମୁତାବକ, ସେ ବ୍ରହ୍ମପୁରର ବାସିନ୍ଦା କିନ୍ତୁ ମନ୍ଦିର କାମ କରିବାକୁ ସେ ବାଲେଶ୍ୱରରେ ରହୁଛନ୍ତି । ସେ ଯେଉଁ ମନ୍ଦିରରେ କାମ କରୁଛନ୍ତି ତାହା ଦୁର୍ଘଟଣାସ୍ଥଳଠାରୁୁ ବେଶି ଦୂର ନୁହେଁ । ତେଣୁ ପାଖାପାଖି ୭ଟା ସମୟରେ ଏକ ଭୟଙ୍କର ଶବ୍ଦ ଶୁଣିବା ମାତ୍ରେ ଟ୍ରେନ ଦୁର୍ଘଟଣା ହୋଇଥିବା ଅନୁମାନ କରି ଦୌଡି ଘଟଣାସ୍ଥଳରେ ପହଞ୍ଚିଥିଲେ । ୩ଟି ଟ୍ରେନ ପରସ୍ପରକୁ ଧକ୍କା ଦେଇ ବଗି ଗୁଡିକ ବିକ୍ଷିପ୍ତ ହୋଇ ପଡିଥିବା ଦେଇଥିଲେ । ଗୋଟିଏ କୋଚ୍ ଭିତରେ ପଶିବା ବେଳକୁ ପାଖାପାଖି ୬୦ ଟି ଶବ ପଡିଥିଲା । ଅନେକ ଯାତ୍ରୀ ସାହାଯ୍ୟ ପାଇଁ ଚିକ୍ରାର କରୁଥିଲେ । ସେମାନଙ୍କୁ ଉଦ୍ଧାର କରିବା ସହ ପାଣି ପିଆଇଥିଲେ ଏବଂ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଥିଲେ ।

ତୁକନାଙ୍କ ସହ ପହଞ୍ଚିଥିଲେ ଆଲୋକ ଓ ତାଙ୍କର ଆଉ ଜଣେ ବନ୍ଧୁ । ୩ଜଣ ଦୁର୍ଘଟଣା ସମୟରେ ପାଖାପାଖି କାମ କରୁଥିଲେ । ୩ଜଣ ମିଶି ୧୫୦ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଆଲୋକଙ୍କ କହିବା ଅନୁସାରେ,ସେଠିକାର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଭାବିବା ବେଳକୁ ଲୋମ ଟାଙ୍କୁରି ଉଠୁଛି । ଚାରିଆଡେ କଟା ହାତ, କଟା ଗୋଡ, କଟା ମୁଣ୍ଡ ପଡିଥିଲା । ଯେଉଁଠି ଯେଉଠିି ସେମାନଙ୍କର ପାଦ ପଡୁଥିଲା ସେଠି ଯାତ୍ରୀଙ୍କର ଛିଡା ଜୋତା ସାଙ୍ଗକୁ ମାଂସର ଟୁକୁଡା ପଡିଥିଲା । ଏସବୁ ଦେଖି ସେମାନେ କ’ଣ କରିବେ କ’ଣ ନାହିଁ ଜାଣିପାରିନଥିଲେ । ଏହାପରେ ଆହତଙ୍କୁ ଉଦ୍ଧାର କରିବାକୁ ଚିନ୍ତା କରି ଆଗକୁ ବଢିଥିଲେ । ସମ୍ଭବ ଅନୁସାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ୩ ବନ୍ଧୁ ।

ତୃତୀୟ ବନ୍ଧୁ ଜଣକ କହିଛନ୍ତି ଯେ, ସେତେବେଳର ଲୋକଙ୍କ ଚିତ୍କାର ଏବେବି ତାଙ୍କ କାନରେ ବାଜୁଛି । ସେ ଦୃଶ୍ୟକୁ ଦେଖିହେଉନଥିଲେ ବିି ତାଙ୍କ ଦ୍ୱାରା ଯେତିକି ସମ୍ଭବ ସେମାନେ କରିଥିବା କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments