ପୁଣି ବାହାନଗା ଷ୍ଟେସନରେ ସିବିଆଇ ଟିମର ଛାନଭିନ ।ତଥ୍ୟ ଖୋଜୁଛନ୍ତି ତଦନ୍ତକାରୀ ଟିମ । ଆଜି ଷ୍ଟେସନରେ ପହଞ୍ଚି ଅନୁଧ୍ୟାନ କରୁଛି ସିବିଆଇ । ଗତ କାଲି ଷ୍ଟେସନରେ ଛାନଭିନ ଚଲାଇଥିଲା ସିବିଆଇ ଟିମ ।ସେଠାରେ ଷ୍ଟେସନ ମାଷ୍ଟର ସହ ଗାର୍ଡଙ୍କୁ ବି ପଚାରାଉଚରା କରିଥିଲା ଟିମ । କାଲି ଦିନ ତମାମ ଟ୍ରେନ ଟ୍ରାକ୍ ଦେଖିବା ସହ କ୍ଷତିଗ୍ରସ୍ତ ବଗିର ସ୍ଥିତି ଅନୁଧ୍ୟାନ କରିଥିଲେ । ପାଖରେ ଥିବା ଗେଟର ସିଗନାଲ ରୁମକୁ ଯାଇ ସିଗନାଲ ମ୍ୟାନକୁ ପଚରାଉଚରା କରିଥିଲେ । ପରେ ବାହାନଗା ଷ୍ଟେସନ ମ୍ୟାନେଜର ରୁମରେ ଛାନବିନ୍ କରିଥିଲା ସିବିଆଇ। ସିଗନାଲ ପାଇଁ ବ୍ୟବହାର କରାଯାଉଥିବା ସମସ୍ତ ଟେକ୍ନୋଲୋଜି ଯାଞ୍ଚ କରିବା ସହ ମ୍ୟାନେଜରଙ୍କୁ ଦୀର୍ଘ ସମୟ ଧରି ଜେରା କରାଯାଇଥିଲା ।ଦୁର୍ଘଟଣା କିପରି ହେଲା ତାର ସୁରାଗ ଖୋଜୁଛି ତଦନ୍ତକାରୀ ଟିମ ।
