ତାଳଚେର-ତାଳଚେର ସ୍ଥିତ ଦେଉଳବେଡା ଦୁର୍ଗା ମଣ୍ଡପ ଠାରେ ପବିତ୍ର ହିନ୍ଦୁ
ନବବର୍ଷରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ପକ୍ଷରୁ ଆଦିତ୍ୟ ବାହିନୀ ଓ ଆନନ୍ଦ
ବାହିନୀର ସମସ୍ତ ସଦସ୍ଯ ମାନଙ୍କ ଦ୍ୱାରା ଏକ ବିଶାଳ ହିନ୍ଦୁ ରାଷ୍ଟ୍ର ମହା ଅଧିବେଶନ
ଅନୁଷ୍ଠିତ ହୋଇଯାଇଛି । ଏହି ମହା ଅଧିବେଶନରେ ଗୋବର୍ଦ୍ଧନ ମଠ ପୁରୀ
ପୀଠାଧିଶ୍ୱର ଅନନ୍ତ ଶ୍ରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ଯ ସ୍ୱାମୀ ନିଶ୍ଚଳାନନ୍ଦ
ସରସ୍ୱତୀ ମହାଭାଗ ମୁଖ୍ୟ ପୁରୋଧା ଭାବେ ଯୋଗଦେଇ ଦିବ୍ୟ ସନ୍ଦେଶ ପ୍ରଦାନ
କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଗତ ସମିତି ର ଅଧ୍ୟକ୍ଷ ସ୍ୱାମୀ ସଚ୍ଚିଦାନନ୍ଦ
ସରସ୍ୱତୀ ସ୍ୱାଗତ ଭାଷଣ ଓ ହିନ୍ଦୁ ନବବର୍ଷ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ
କରିଥିଲେ କ୍ଷ ଗୋବର୍ଦ୍ଧନ ମଠ ଓଡିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ ମାତୃ ପ୍ରସାଦ ମିଶ୍ର ମଂଚ
ପରିଚାଳନା କରିଥିଲେ କ୍ଷ ଉକ୍ତ ମହା ଅଧିବେଶନରେ ଗୋବର୍ଦ୍ଧନ ମଠ ପୁରୀର
ସାଧୁ ସନ୍ଥ ଓ ଓଡିଶାର ବିଭିନ୍ନ ସ୍ଥାନରେ ଥିବା ମଠରୁ ସାଧୁ ସନ୍ଥ ଯୋଗ ଦେଇଥିଲେ
କ୍ଷ ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ଅଗସ୍ତି ବେହେରା,
ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁକ୍ତ ଯଯାତି ପଟ୍ଟନାୟକ, ଉପଜିଲ୍ଲାପାଳ, ପୋଲିସ
ପ୍ରଶାସନ, ଆଦିତ୍ୟ ବାହିନୀର ବିଭିନ୍ନ ଜିଲ୍ଲା ମୁଖ୍ୟ, ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ,
ବିଭିନ୍ନ ଇଲେକ୍ଟ୍ରୋନିକ୍ସ ମିଡିଆ, ପ୍ରିଂଟ୍ ମିଡିଆର କର୍ମକର୍ତା ମାନେ ଉପସ୍ଥିତ
ରହସହଯୋଗ କରିଥିଲେ କ୍ଷ ଏହି ଉପଲକ୍ଷେ ତାଳଚେର ବାଘମରକ୍ଷ ସ୍ଥିତ ଡଃ ସଂଜୀବ
ରାଉତ ଓ ପତ୍ନୀ ପ୍ରତୀଚୀ ବିଶ୍ୱାଳ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳାକୁ ଗୋବର୍ଦ୍ଧନ ମଠ
ପୁରୀ ପୀଠାଧିଶ୍ୱର ଙ୍କୁ ତାଙ୍କ ଉପସ୍ଥିତିରେ ଲୋକାର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ
ତାଳଚେର ତଥା ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଉପସ୍ଥିତ ଥିଲେ । ଏହି
ଉପଲକ୍ଷେ ପାଇକ ଆଖଡା ସାଙ୍ଗକୁ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ କ୍ଷ ସମସ୍ତ
ଭକ୍ତ ମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।