ଭୁବନେଶ୍ୱର : ଭାରତପୁର ଥାନାରେ ଘଟିଥିବା ଘଟଣାକୁ ନେଇ ଓଡିଶା ହାଇକୋର୍ଟ ଉଦବେଗ ପ୍ରକାଶ
କରିଛନ୍ତି। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ମୁଖ୍ୟ
ବଚି ।ରପତିଙ୍କ ଖଣ୍ଡପୀଠ କହଛି ନ୍ତ।ି ଭରତପରୁ ଥାନାରେ ସିସିଟଭି ି ଭଳି ଆବଶ୍ୟକୀୟ ଉପକରଣ ନଥôବ ।ରୁ
ସେଦିନ ବାସ୍ତବରେ କ’ଣ ଘଟିଥିଲା ଜଣାପଡିବା କଷ୍ଟକର। ପୂର୍ବରୁ ଏଭଳି ଘଟଣା ଘଟଥୁ ôବ କିନ୍ତୁ ସାମ୍ନାକୁ
ଆସୁନଥାଇପାରେ ବୋଲି କୋର୍ଟ କହିଛନ୍ତି। ତେବେ ବିଭିନ୍ନ ଗଣମାଧ୍ୟମରେ ସମ୍ପୃକ୍ତ ମେଜର ଓ ତାଙ୍କ
ବାନ୍ଧବୀଙ୍କ ପରିଚୟ ସମ୍ପର୍କରେ ଆଲୋଚନାକୁ ନେଇ ମୁଖ୍ୟ ବିଚାରପତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏଥିସହ ସମ୍ପୃକ୍ତ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇଛନ୍ତି। କୌଣସି ଘଟଣାକୁ ନେଇ ଥାନାକୁ ଅଭିଯୋଗ
କରିବାକୁ ଯାଇଥିବା ଦୁଇ ଜଣଙ୍କ ସହ ଥାନାରେ କ’ଣ ଘଟିଲା ଯେ ହତ୍ୟା ଉଦ୍ୟମ ଭଳି ସଂଗୀନ
ଅଭିଯୋଗ ସେମାନଙ୍କ ବିରୋଧରେ ରୁଜୁ ହେଲା। ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ଘଟଣା
ବିଷୟରେ ଜାଣିବା ପରେ ଅନ୍ୟ କୌଣସି ଲୋକ ଥାନାକୁ ଯିବ କି ବୋଲି କୋର୍ଟ ପ୍ରଶ୍ନ କରିବା ସହ
ଜନସାଧାରଣଙ୍କ ଆସ୍ଥାଭାଜନ ହେବ ପାଇଁ ପଦକ୍ଷେପ ନେବାକୁ ସରକାରୀ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।