ଆଇସିଏମଆରର ଏକ ଗବେଷଣାରୁ ଚମକେଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ୧୦୦ ମିଲିୟନରୁ ଅଧିକ ଲୋକ ଡାଇବେଟିସ୍ ସମସ୍ୟା ସହିତ ଯୋଡ଼ିତ ଅଛନ୍ତି ବୋଲି ଏହି ଗବେଷଣାରୁ ଜଣାପଡ଼ିଛି । ଏଥିସହ ଦେଶରେ ଡାଇବେଟିସର ପୂର୍ବସ୍ଥିତିରେ ୧୫ ପ୍ରତିଶତ ଲୋକ ଅଛନ୍ତି । ଯାହା ଆଗକୁ ସ୍ଥିତି ଗମ୍ଭୀର କରିପାରେ ।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଅରୁଣାଚଳ ପ୍ରଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଯଦିଓ କମ ରହିଛି ତେବେ ଆଗକୁ କିଛି ବର୍ଷ ଭିତରେ ରୋଗୀଙ୍କ ସଂଖ୍ୟା ବଢିବ । ଗୋଆ, ପୁଡୁଚେରୀ, କେରଳରେ ଜାତୀୟ ହାରଠୁ ଅଧିକ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ରହିଛି । ଏହି ସଂଖ୍ୟା ଗତ ୪ ବର୍ଷରେ ୪୪ ପ୍ରତିଶତ ବଢିଛି । ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସୁଥିବାରୁ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ମଧୁମେହ ଦେଖିବାକୁ ମିଳିଛି ।
