Tuesday, August 26, 2025
spot_imgspot_img
Homeତାଜା ଖବରମହାପ୍ରଭୁଙ୍କ ପାଖରେ ଫୁଲରୀ ତେଲ ଲାଗି

ମହାପ୍ରଭୁଙ୍କ ପାଖରେ ଫୁଲରୀ ତେଲ ଲାଗି

ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଦାରୁବିଗ୍ରହ। ଅଣସର ଘରେ ଚାଲିଛି ଗୁପ୍ତ ସେନା। ମହାପ୍ରଭୁଙ୍କ ସେବାରେ ଲାଗିପଡ଼ିଛନ୍ତି ଦଇତାପତି ସେବକ। ଚାଲିଛି ଉପଚାର। ତେବେ ଗୁରୁବାର ଅଣସରର ପଞ୍ଚମ ଦିବସ। ଏହିଦିନ ଠାକୁର ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରୀ, ଶ୍ରୀମୁଖରେ ଥିବା କନା ଆଦି କଢାଯାଇଛି। ଶ୍ରୀମୁଖରୁ ଯେଉଁ କନା (ବିରୂପ) ବାହାରେ ତାକୁ ଅଲଗା ରଖାଯାଏ।

ଏହି କନାକୁ ଅଣସର ଶୁଦ୍ଧସୁଆର ସେବକ ତ୍ରୟୋଦଶୀ ରାତିରେ ନେଇ କୋଇଲି ବୈକୁଣ୍ଠରେ ବିସର୍ଜନ କରିଥାନ୍ତି। ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, ପାଟଡୋରୀକୁ ଦ୍ୱାଦଶୀରେ ରାଜପ୍ରସାଦ ଆକାରରେ ଶ୍ରୀନଅରକୁ ବିଜେ କରାଯାଏ। ଏହାକୁ ରାଜପ୍ରସାଦ ବିଜେ କୁହାଯାଏ। ମହାପ୍ରଭୁ କିପରି ସୁସ୍ଥ ହେବେ ସେଥିପାଇଁ ଶୁକ୍ରବାର ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ।

ପୂର୍ବ ପରମ୍ପରା ଅନୁଯାୟୀ, ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଏହି ଫୁଲୁରୀ ତେଲ ବଡ଼ଓଡିଆ ମଠ ଯୋଗାଇଦେବ। ରାଶି ତେଲରେ ବିଭିନ୍ନ ପ୍ରକାର ଚେର, ଔଷଧୀୟ ଫୁଲ ଆଦି ମିଶାଯାଇ ଗୋଟିଏବର୍ଷ ପୂର୍ବରୁ ମାଟିତଳେ ପୋତା ଯାଇଥାଏ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବକମାନେ ଏହି ଫୁଲୁରୀ ତେଲ ଲାଗି କରିବେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments