Tuesday, August 26, 2025
spot_imgspot_img
Homeତାଜା ଖବରମୃତକଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ସରକାରୀ ସହାୟତା ପ୍ରଦାନ କଲେ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ

ମୃତକଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ସରକାରୀ ସହାୟତା ପ୍ରଦାନ କଲେ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ

ବିଗତ ଦିନରେ ଘଟିଯାଇଥିବା ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ହୋଇ ଆଜି ବି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଏହା ସହ ଅନେକ ଶବ ମଧ୍ୟ ଏଯାବତ ଚିହ୍ନଟ ହୋଇପାରିନାହିଁ । ତେବେ ଏହି ଦୁର୍ଘଟଣାରେ ଓଡ଼ିଶାରୁ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି ।ତେବେ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯାଜପୁରର ଜଣେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ।ଦୁର୍ଘଟଣାରେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ରାଛିପୁର ପଞ୍ଚାୟତର ଶିବ ଶଙ୍କର ସାହୁଙ୍କ ପରଲୋକ ଘଟିଛି।ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କର ଅନ୍ତିମ ଶୋଭାଯାତ୍ରାରେ ସାମିଲି ହୋଇଥିଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ଏହା ସହ ଶ୍ରୀଯୁକ୍ତ ଘଡ଼ାଇ ଆଜି ପ୍ରଶାସନିକ ଅଧିକାରୀଙ୍କ ସହ ଶିବଶଙ୍କରଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍ଙ୍କୁ ସରକାରୀ ସହାୟତା ପ୍ରଦାନ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments