Tuesday, August 26, 2025
spot_imgspot_img
Homeତାଜା ଖବରଯୁକ୍ତ ୩ରେ ବଢିଲା ୧୨ ହଜାର ସିଟ୍, ଖୋଲିଲା ୧୩ଟି ନୂଆ କଲେଜ

ଯୁକ୍ତ ୩ରେ ବଢିଲା ୧୨ ହଜାର ସିଟ୍, ଖୋଲିଲା ୧୩ଟି ନୂଆ କଲେଜ

ଗତବର୍ଷ ତୁଳନାରେ ଯୁକ୍ତ ୩ରେ ଚଳିତ ବର୍ଷ ୧୨ ହଜାର ସିଟ୍ ବୃଦ୍ଧି କରାଯାଇଛି । ୨୦୨୨-୨୩ ଶିକ୍ଷା ବର୍ଷରେ ୧୦୨୩ଟି ସିଟ୍ ବୃଦ୍ଧି ପାଇ ୨ ଲକ୍ଷ ୫୫ ହଜାର ୯୧୬ଟି ସିଟ୍ରେ ନାମ ଲେଖାହୋଇଥିଲା । ୨୦୨୩-୨୪ ଶିକ୍ଷାବର୍ଷରେ ଆନ୍ୟ ୧୩ଟି ନୂଆ କଲେଜକୁ ଅନ୍ତର୍ଭୁକ୍ତ କରାଯିବା ସହ ୧୨ ହଜାର ୬୬୫ ସିଟରେ ନାମ ଲେଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ନଜରରେ   ରଖାଯାଇ ଯୁକ୍ତ ୩ ସିଟ୍ ସଂଖ୍ୟା ବଢାଯାଇଛି । ଏଥର କଳା ବିଭାଗର ୧ ଲକ୍ଷ ୫୦ ହଜାର ୭୫୮ ସିଟରେ ନାମ ଲେଖା ହେବ । ସେହିପରି ଫିଜିକାଲ ସାଇନ୍ସରେ ୨୮ ହଜାର ୫୮୮, ବାଣିଜ୍ୟରେ ୩୨ ହଜାର ୧୨୪, ସେଲ୍ଫ ଫାଇନାନ୍ସିଂରେ ୨,୦୮୬ ଓ ସଂସ୍କୃତରେ .୧୪୮ ସିଟ୍ ରହିଛି ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ୨୩ ହଜାର ୨୫୬ ସିଟରେ ନାମ ଲେଖା ହେବାକୁ ଥିବା ବେଳେ, କଟକ ଜିଲ୍ଲାରେ ୨୧ ହଜାର ୧୯୪, ଖୋର୍ଦ୍ଧାର ୨୧ ହଜାର ୧୯୩, ବାଲେଶ୍ୱରରେ ୧୫ ହଜାର ୮୮୮, ପୁରୀରେ ୧୫ ହଜାର ୬୦ ସିଟ୍ ରହିଛି । ଏହାବ୍ୟତୀତ ବର୍ତ୍ତମାନ ଛାତ୍ରଛାତ୍ରୀ କଟଅଫ୍ ମାର୍କ ଉପରେ ନଜର ରଖିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments