ବାର ସମ୍ମୁଖରେ ଯୁବକକୁ ନିସ୍ତୁକ ମାଡ଼ । ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ବାର ସମ୍ମୁଖରେ । ଆହତ ଯୁବକ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣଙ୍କ ନିଜର ମହିଳା ସାଙ୍ଗଙ୍କ ସହ ଗତ ରବିବାର ଦିନ ଏକ ବାରକୁ ଆସିଥିଲେ । ପରେ ବାର ଭିତରେ କିଛି ଅସାମାଜିକ ଯୁବକ ପ୍ରଥମେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗୀତ କରିଥିଲେ । ଏନେଇ ଯୁବତୀ ଓ ତାଙ୍କ ସାଙ୍ଗ ବିରୁଦ୍ଧରେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି. ଆଉ ମାଡ଼ ବେଳର ଭିଜୁଆଲ ମଧ୍ୟ ସାମ୍ନାକୁ ଆସିଛି । ଏନେଇ ଯୁବତୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
