ଦିନକୁ ଦିନ ରାଜଧାନୀରେ ବଢ଼ି ଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ । ପ୍ରତ୍ୟେକ ଦିନ ଭୁବନେଶ୍ୱରରୁ କେହି ନା କେହି ଲୁଟର ଶିକାର ହେଉଥିବା ଖବର ସାମନାକୁ ଆସୁଛି । ନିର୍ଭୟରେ ଲୁଟ କରିଚାଲିଛନ୍ତି କିଛି ଅସାମାଜିକ ବ୍ୟକ୍ତି । ତେବେ ଆଜି ରାଜଧାନୀରେ ଜଣଙ୍କ ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ । ଲକ୍ଷ୍ମୀସାଗର ଥାନା ସନ୍ତୋଶୀ ବିହାରରେ ହୋଇଛି ସିରିଜ ଲୁଟ । ଝରକା ଭାଙ୍ଗି ଘରେ ପଶିଲେ ଏବଂ ଘରୁ କଳା କନା ବୁଲାଇଲେ ଦୁର୍ବୃତ୍ତ । ଆଜି ଭୋର ସମୟରେ ଲୁଟେରା ଘରେ ପଶି ଏହି ଘଟଣା ଘଟାଇଥିବା ଜଣାପଡିଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଲେ ମିହିର ସାମଲ । ପ୍ରାୟ ୨ ଶହ ଗ୍ରାମର ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ମିହିରଙ୍କ ପଡୋଶୀ ଘରେ ମଧ୍ୟ ଲୁଟିଛନ୍ତି ଲୁଟେରା । ଖବର ପାଇ ଘଟଣାସ୍ଥଳରେ କମିଶନରେଟ ପୋଲିସର ଛାନଭିନ୍ ଆରମ୍ଭ ।
