Tuesday, August 26, 2025
spot_imgspot_img
Homeତାଜା ଖବରରାଜ୍ୟରେ ଅସମ୍ଭାଳ ଗରମ : ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୯.୮ ଡିଗ୍ରୀ...

ରାଜ୍ୟରେ ଅସମ୍ଭାଳ ଗରମ : ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ

ଅସହ୍ୟ ଗରମରେ ସିଝୁଛନ୍ତି ରାଜଧାନୀବାସୀ । ଆଜି ଦିନ ୧୧ ଟା ୩୦ ସୁଦ୍ଧା 39.8 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସକାଳୁ ଘରୁ ବାହିରଲେ ବି ଟାଇଁ ଟାଇଁ ଖରାରେ ଦେହ ମୁଣ୍ଡ ପୋଡି ଯାଉଛି । ରାଜ୍ୟରେ ଗୁଳୁଗୁଳି ସହ ଲାଗିରହିଛି ଗରମ। ଅସହ୍ୟ ତାତିରେ ସିଜୁଛି ଓଡିଶା। ବର୍ତ୍ତମାନ ପାଗରେ କୌଣସି ପରିବର୍ତ୍ତନ ନଥିବାବେଳେ ରାଜ୍ୟର ଅନେକ ସହରରେ ୪୦ ଡ଼ିଗ୍ରୀ ଉପରେ ରହୁଛି ତାପମାତ୍ରା । ଦିନର ବର୍ଦ୍ଧିତ ତାପମାତ୍ରା ଓ ଗରମ ପରେ କାଳବୈଶାଖୀ ବର୍ଷା ଅପରାହ୍ନରେ କିଛି ଅଂଚଳରେ ଦେଖିବାକୁ ମିଳୁଛି ।
ଆଜି ରାଜ୍ୟର କିଛି ଅଂଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୪୦ ରୁ ୫୦ କିମି ବହିବାର ସମ୍ଭାବନା ରହିଛି। କାଳବୈଶାଖୀ ବର୍ଷା ପାଇ ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ଦିନ ସାଢେ 11ଟା ସୁଦ୍ଧା  ଭୁବନେଶ୍ୱର: ୩୯.୮ ଡ଼ିଗ୍ରୀ, ଝାରସୁଗୁଡା: ୩୯.୮ ଡ଼ିଗ୍ରୀ, ହୀରାକୁଦ: ୩୯.୨ଡ଼ିଗ୍ରୀ, ସମ୍ବଲପୁର:୩୯ ଡ଼ିଗ୍ରୀ, ଚାନ୍ଦବାଲି: ୩୮ ଡ଼ିଗ୍ରୀ, ବାଲେଶ୍ୱର: ୩୭.୪ ଡ଼ିଗ୍ରୀ ଗୋପାଳପୁର: ୩୫.୬ ଡ଼ିଗ୍ରୀ, ପୁରୀ: ୩୫.୨ ଡ଼ିଗ୍ରୀ, କେନ୍ଦୁଝର: ୩୪ ଡ଼ିଗ୍ରୀ, ପାରାଦୀପ: ୩୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments