Tuesday, August 26, 2025
spot_imgspot_img
Homeତାଜା ଖବରରାୟଗଡା କାଶୀପୁରରେ ହେବ ଡିଗ୍ରୀ କଲେଜ

ରାୟଗଡା କାଶୀପୁରରେ ହେବ ଡିଗ୍ରୀ କଲେଜ

କାଶୀପୁରରେ ହେବ ଡିଗ୍ରୀ କଲେଜ ।ଖୁବଶୀଘ୍ର ଖୁସିଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡ଼ା ଗସ୍ତର ଦ୍ବିତୀୟ ଦିନରେ କାଶୀପୁରର ନବ ନିର୍ମିତ ସିଏଚସି ବୁଲି ଦେଖିବା ସହ ଏହି ବଡ଼ ଘୋଷଣା କରିଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ । ବାକି ଥିବା ହାଇସ୍କୁଲ ରୂପାନ୍ତରଣ ଶୀଘ୍ର ହେବା ସହ ଯୁକ୍ତ ୨ କଲେଜ ବି ରୂପାନ୍ତରଣ ହେବ ।ଜଳସେଚନ ଓ ପାନୀୟଜଳ ନେଇ ଥିବା ଦାବି ଖୁବଶୀଘ୍ର ପୂରଣ ହେବ । କାଶୀପୁରର ଘରେ ଘରେ ପହଞ୍ଚିବ ପାଣି, ଜଳସେଚିତ ହେବ ସବୁ କ୍ଷେତ । ଏନେଇ କହିଛନ୍ତି ୫ଟି ସଚିବ ।

କେବଳ ସେତିକି ନୁହେଁ ବ୍ରହ୍ମପୁର-ଜୟପୁର ବିଜୁ ଏକ୍ସପ୍ରେସ ୱେ -୨ ନିର୍ମାଣ ଚାଲିଛି ।ରାୟଗଡ଼ାର ୧୨୦ କିଲୋମିଟରରୁ ଅଧିକ ରାସ୍ତା ତିଆରି ହେବ ।ମିଶନ ଶକ୍ତି ମା ମାନଙ୍କ ସହ କଥା ହେବା ସହ ବିଭିନ୍ନ ଦାବି ପତ୍ର ନେଇଛନ୍ତି ଭି.କେ ପାଣ୍ଡିଆନ । ସେହିପରି ଧାର୍ମିକ ଅନୁଷ୍ଠାନର ବିକାଶ ନେଇ ଥିବା ଦାବି ଉପରେ ଖୁବଶୀଘ୍ର ତର୍ଜମା କରି ଏକ ସପ୍ତାହରେ ମୁଖ୍ୟମନ୍ତ୍ରୀ ଖୁସିଖବର ଦେବେ ବୋଲି କହିଛନ୍ତି ଫାଇବ-ଟି ସଚିବ ଭି.କେ ପାଣ୍ଡିଆନ । ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ରଙ୍କ ଦରମା ବଢ଼ିବ ବୋଲି ଦେଇଛନ୍ତି ପ୍ରତିଶ୍ରୁତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments