ରାଜ୍ୟ ସରକାର ସ୍ବାସ୍ଥ୍ୟସେବା ର ଉନ୍ନତି ପାଇଁ ଜଳେଶ୍ୱରର ହାତିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ 5T ଏବଂ ଜିକେଭଟର ହସ୍ପିଟାଲ କୁ ଆମ ହସ୍ପିଟାଲ ମାନ୍ୟତାର ସହାୟତା ଯୋଗାଇ ଦେଇଛନ୍ତି। ହେଲେ ଆଜି ହସ୍ପିଟାଲରେ ସନ୍ଧ୍ୟା 7 ଘଟିକା ଠାରୁ ସକାଳ 8ଟା ପର୍ଯ୍ୟନ୍ତ ଜିକେଭଟର ରେ ଡାକ୍ତର ନଥିବା ଦେଖି ଜନସାଧାରଣ ଖୁବ୍ଧ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ହସ୍ପିଟାଲ ରେ 13 ଜଣ ଡାକ୍ତର କାର୍ଯ୍ୟ କରିବାର ବ୍ୟବସ୍ଥା ଥିବା ବେଳେ, ବର୍ତ୍ତମାନ ସୁଦ୍ଧା 7 ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ସେଥିରୁ 3ଜଣ ଡାକ୍ତରଙ୍କୁ ଡେପୁଟେସନ ପାଇଁ ପଠାଯାଇଥିବା ବେଳେ, ଜଣେ ଦାନ୍ତ ଡାକ୍ତର କେବଳ ସକାଳ ସମୟରେ ଆସି ଚାଲି ଯାଆନ୍ତି। ତେବେ ତିନି ଜଣ ଡାକ୍ତର ଙ୍କୁ ନେଇ ମେଡିକାଲ ଚାଲିଥିବା ବେଳେ,ଡ୍ୟୁଟି ସାରି ତିନିଜଣ ଯାଇଥିବାରୁ ରାତି ରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଡାକ୍ତର ନଥିବା କହିଛନ୍ତି ଭାରପ୍ରାପ୍ତ ଅଧିକାରୀ। ଏହି ହସ୍ପିଟାଲ ଉପରେ ଜଳେଶ୍ଵର ଓ ଭୋଗରାଇ ବ୍ଲକ ର 20ରୁ ଉର୍ଦ୍ଧ୍ବ ପଞ୍ଚାୟତ ସହିତ ପଡୋଶୀ ପଶ୍ଚିମବଙ୍ଗର ଅନେକ ପଞ୍ଚାୟତ ନିର୍ଭର କରିଆସୁଥିବା ବେଳେ, ନିକଟରେ 60 ନମ୍ବର ଜାତୀୟ ରାଜପଥ ଉପରେ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ମାନ ଘଟିଆସୁଛି। ଏସବୁ ସତ୍ତ୍ୱେ 12 ଘଣ୍ଟା ପାଇଁ ହସ୍ପିଟାଲ୍ ରେ ଡାକ୍ତର ନରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠାରୁ ବଡ଼ କଥା ହେଉଛି ଡାକ୍ତରଖାନାରେ ଏବେ ବି ରୋଗୀମାନେ ଆଡମିଶନ ହୋଇ ରହିଥିବା ବେଳେ, ଡାକ୍ତର ନଥିବା ରୁ ଭଗବାନ ଙ୍କ ଉପରେ ଭରସା କରିଛନ୍ତି। ତେବେ ରାଜ୍ୟ ସରକାର ହସ୍ପିଟାଲ ଗୁଡ଼ିକର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କେବେ ଏହି ଡାକ୍ତର ସମସ୍ୟା ରୁ କେବେ ମୁକ୍ତି ପାଇବେ ଚାହିଁରହିଛନ୍ତି ଜଳେଶ୍ଵର ବାସୀ
