Tuesday, August 26, 2025
spot_imgspot_img
Homeତାଜା ଖବରଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ନୀତି : ଅପରାହ୍ଣ ୧ଟାରୁ ୫ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ...

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ନୀତି : ଅପରାହ୍ଣ ୧ଟାରୁ ୫ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ବୁଧବାର ରୁକ୍ମିଣୀ ହରଣ ନୀତି। ଏହି ନୀତି ପାଇଁ ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଅପରାହ୍ଣ ୧ଟାରୁ ୫ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆଜି ହେଉଛି ରୁକ୍ମିଣୀ ହରଣ ଏକାଦଶୀ। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ। ଶ୍ରୀମନ୍ଦିରରେ ସକାଳ ଧୂପ ପୂଜା ପରେ ମଦନମୋହନ ବେଶ ହୋଇଥାଏ। ଭୋଗ ମଣ୍ଡପ ଶେଷ ପରେ ମଦନମୋହନ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଜୟବିଜୟ ଦ୍ୱାରକୁ ବିଜେ କରିବାର ପରମ୍ପରା ରହିଛି। ସକାଳ ଧୂପ ପୂଜା ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ ରୁକ୍ମିଣୀଙ୍କୁ ଦେବା ପରେ ସମସ୍ତ ନୀତି ଅନୁଷ୍ଠିତ ହୋଇଥାଏ। ଏହାସହ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକୁ ଅଳ୍ପ ଦିନ ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମାର୍କେଟ ଛକ କିମ୍ବା ମର୍ଚ୍ଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ କରାଯିବ ସହ ବ୍ୟାପକ ପୁଲିସ ମୁତୟନ ରହିବେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments