ମାଲକାନଗିରି ସତୀଗୁଡ଼ା ଡ୍ୟାମରେ ଡଙ୍ଗା ବୁଡ଼ିଯିବାରୁ ନିଖୋଜ ଥିବା ଜଣେ ମହିଳା ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ତୁଳସା ମାଢ଼ି। ଏବେବି ଜଣେ ପୁରୁଷ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଛି। ଓଡ୍ରାଫ ଟିମ୍ ପକ୍ଷରୁ ରେସକ୍ୟୁ ଅପରେସନ୍ ଚାଲିଛି। ଏହାସହ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।
ଗତକାଲି ତୁଳସାଙ୍କ ସହ ୨ ପୁରୁଷ ମତ୍ସ୍ୟଜୀବୀ ସତୀଗୁଡ଼ା ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ।ହଠାତ୍ କଳାହାଣ୍ଡିଆ ବର୍ଷା ସାଙ୍ଗକୁ ସୁସୁ ହୋଇ ପବନ ବୋହିଥିଲା। ଡଙ୍ଗାଟି ଭାରସାମ୍ୟ ହରାଇ ଡ୍ୟାମ ଭିତରକୁ ଓଲଟି ପଡ଼ିଥିଲା। ୩ଜଣ ମତ୍ସ୍ୟଜୀବୀ ଅକାତ ପାଣିରେ ବୁଡ଼ିଯାଇଥିଲେ। ହେଲେ ଜଣେ ମତ୍ସ୍ୟଜୀବୀ ଜୀବନ ବଞ୍ଚାଇ କୂଳକୁ ପହଁରି ପହଁରି ପଳାଇ ଆସିଥିଲେ। ଆଉ ଦୁଇ ନିଖୋଜ ଥିଲେ। ଆଜି ସକାଳେ ମହିଳା ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
