Tuesday, August 26, 2025
spot_imgspot_img
Homeତାଜା ଖବରସବୁ ଘରକୁ ଏସ୍‌ଏଚ୍‌ଜିରେ ଯୋଡ଼ାଯିବ:ପ୍ରଭାତୀ

ସବୁ ଘରକୁ ଏସ୍‌ଏଚ୍‌ଜିରେ ଯୋଡ଼ାଯିବ:ପ୍ରଭାତୀ

ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ଢାଂଚା ସଂପୂର୍ଣ୍ଣ ବଦଳିବ। ସବୁ
ଘରକୁ ଏସ୍‌ଏଚ୍‌ଜି ଗ୍ରୁପ୍ ସହ ଯୋଡ଼ାଯିବ। ପ୍ରତି ପରିବାରକୁ ଏସ୍‌ଏଚ୍‌ଜି ସହ ଯୋଡ଼ିବାକୁ କେନ୍ଦ୍ର ସରକାର
କହିଥିଲେ। ହେଲେ ପୂର୍ବ ସରକାରରେ ବହୁ ପରିବାର ବଞ୍ଚିତ ହୋଇଥିଲେ। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର
ମହିଳାଙ୍କୁ ଏଥିରୁ ବାହାର କରି ଦିଆଯାଇଥିଲା। ଏବେ ସରକାରଙ୍କ ମିସନ ଶକ୍ତି ବିଭାଗ ଦ୍ୱାରା ସବୁ
ଘରକୁ ଏସ୍‌ଏଚ୍‌ଜି ଗ୍ରୁପ୍ ସହ ଯୋଡ଼ିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ମହିଳା ଓ ଶିଶୁ
ବିକାଶ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଏବେ
ସମସ୍ତଙ୍କୁ ଜିପିଏଲ୍‌ଏଫ୍ ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ। ପୂର୍ବରୁ ଯେଉଁମାନେ ସଭାପତି ଓ
ସଂପାଦକ ଅଛନ୍ତି ସେମାନଙ୍କ ଜାଗାରେ ନୂଆ ଚୟନ ହେବ। ତୃଣମୂଳସ୍ତରରେ ମହିଳା ନେତୃତ୍ୱ ସୃଷ୍ଟି
ପାଇଁ ପ୍ରଚେଷ୍ଟା ହେବ। ଚଳିତମାସରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏ୍ ଚଜ୍ )ି କୁ ପନୁଃସଂଗଠିତ କରାଯବି ।
ପରବର୍ତୀ ମାସରେ ଜିପିଏଲଏଫ୍ ଓ ସିଏଲ୍‌ଏଫ୍‌, ବିଏଲ୍‌ଏଫ୍‌ଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି
ଦିଆଯିବ। ଯେଉଁମାନେ ୨ଥର ୪ବର୍ଷରୁ ଅଧିକ ରହିସାରିଛନ୍ତି ସେମାନେ ପଦରୁ ହଟିବେ। ପୂର୍ବ ସରକାର
ସେମାନଙ୍କ ଭୋଟ୍ ପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କରିଥିଲେ। ସେଥିପାଇଁ ରାଜ୍ୟରେ
ଏସ୍‌ଏଚ୍‌ଜିଙ୍କ ପଞ୍ଜୀକରଣ ହୋଇନାହିଁ। ବିନା ପଞ୍ଜୀକରଣରେ କୋଟି କୋଟି ଟଙ୍କା ଦିଆଯାଇଛି।
ଯାହାର ଅଡିଟ୍‌? ହେଉନାହିଁ। ଯେଉଁଠି ପଞ୍ଜୀକରଣ କିମ୍ବା ଅଡିଟ୍ ହେଉନାହିଁ ତାହାର ଉଦ୍ଦେଶ୍ୟ କ’ଣ
ବୁଝାପଡ଼ୁଛି। କିନ୍ତୁ ଏବେ ମହିଳାଙ୍କ ବିକାଶ ପାଇଁ ନୂଆ ସରକାର କାମ କରିବେ। ଋଣ କିମ୍ବା ରିଭଲ୍‌?ଭିଂ
ପାଣ୍ଠିରେ ପାତରଅନ୍ତର ହେବ ନାହିଁ, ସମସ୍ତଙ୍କୁ ଟଙ୍କା ଦିଆଯିବ। ସ୍ୱୟଂ ସହାୟକ ଗୋଷ୍ଠୀର ଢାଞ୍ଚା ବଦଳିବ
ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତମାସ ୨୨ ଓ ୨୩ ତାରିଖରେ ମିଳିବ ପ୍ରଥମ କିସ୍ତିର ଷଷ୍ଠ ପର୍ଯ୍ୟାୟ
‘ସୁଭଦ୍ରା’ ଟଙ୍କା। ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ ରହିଥିଲା। ଏହି
ସମୟରେ ଭିତରେ ୧ଲକ୍ଷ ୭୦ହଜାର ମହିଳା ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଯେଉଁମାନେ
ଯୋଗ୍ୟ ସେମାନଙ୍କୁ ଏହି ଟଙ୍କା ମିଳିବ।ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଯେଉଁ ଆବେଦନ ତାଲିକା
ଆସିଥିଲା ସେସବୁକୁ ସର୍ଭେ କରିବା ପାଇଁ ଜିଲ୍ଲାମାନଙ୍କୁ ପଠାଇ ଦିଆଯାଇଛି। ତେବେ ପ୍ରଥମ କିସ୍ତିରେ
ଯେଉଁମାନେ ଟଙ୍କା ପାଇଥିଲେ ଦ୍ୱିତୀୟ କସ୍ତି ି ବେଳକୁ ଅନେକ ଏଥିରୁ ବାଦ୍ ପଡ଼ିଛନ୍ତି। ଋଣ ପାଇଁ ଆଇଟି
ରିଟର୍ଣ୍ଣ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦର୍ଶାଇଥିବାରୁ ଏଭଳି ସମସ୍ୟା ହୋଇଛି। ସେମାନଙ୍କ ସଂଖ୍ୟା ପ୍ରା ୟ ୧ଲକ୍ଷ
ହେବ। ଏହା ଉପରେ ତର୍ଜମା କରାଯାଉଛି ଓ କେଉଁ ବର୍ଗରେ କେତେ ମହିଳା ଖାରଜ ତାଲିକାରେ
ରହିଛି, ତାହା ଘରକୁ ଘର ଯାଇ ସର୍ଭେ କରାଯିବ। ଧନୀ ଶ୍ରେଣୀର ମହିଳା ବାଦ୍ ପଡ଼ିଯାଆନ୍ତୁ ପଛେ
ସବୁ ଘରକୁ ଏସ୍‌ଏଚ୍‌ଜିରେ ଯୋଡ଼ାଯିବ:ପ୍ରଭାତୀ
ଯେଉଁମାନଙ୍କ ପାଇଁ ‘ସୁଭଦ୍ରା’ ଅତ୍ୟନ୍ତ ଜରୁରି ସେମାନଙ୍କୁ ଟଙ୍କା ପ୍ରଦାନ କରିବା ଲାଗି ପ୍ରକ୍ରିୟା ଆରମ୍ଭ
ହେବ। ୧୪ ତାରିଖ ପରେ ଘରକୁ ଘର ଯାଇ ସର୍ଭେ କରାଯିବ। ଏବେ କୋଟିଏରୁ ଅଧିକ ମହିଳାଙ୍କୁ
‘ସୁଭଦ୍ରା’ ଟଙ୍କା ଦିଆ ସରିଲାଣି। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ।
ତୃତୀୟ କିସ୍ତି ପରେ ଯେଉଁମାନଙ୍କ ବୟସ ୨୧ବର୍ଷ ହୋଇଥିବ ସେମାନଙ୍କ ଆବେଦନ ପାଇଁ ପୁଣି ଥରେ
ସୁଭଦ୍ରା ପୋର୍ଟାଲକୁ ଖୋଲାଯିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments